ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ହେଙ୍ଗୁ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ ଉକ୍ତ ରକ୍ତଚାପ ରୋଗକୁ ହାଲ୍‌କା ଭାବରେ ନେବା ଉଚିତ୍‌ ନୁହେଁ। ଡାକ୍ତରଙ୍କ ପରାମର୍ଶ ବ୍ୟତୀତ ଘରୋଇ ଉପାୟରେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିହେବ। ଓନଲି ମାୟ ହେଲ୍‌୍‌ଥ ଅନୁଯାୟୀ, ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ ହେଙ୍ଗୁ ସର୍ବୋତ୍ତମ। ଜାଣନ୍ତୁ ଏ ସମ୍ପର୍କରେ…
ଧମନୀରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ଉଚ୍ଚ ରକ୍ତଚାପ ହୋଇଥାଏ। ତେଣୁ ହେଙ୍ଗୁ ବ୍ୟବହାର କରିବା ବହୁ ଲାଭଦାୟକ। ହେଙ୍ଗୁ ରକ୍ତ ପତଳା କରିବାରେ ସହାୟକ ହୁଏ । ଏହାକୁ ଖାଇଲେ ଶରୀରରେ ରକ୍ତ ସଂଚାଳନ ଠିକ୍‌ ଭାବେ ହୋଇଥାଏ।

ହେଙ୍ଗୁର ବ୍ୟବହାର:
ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଖାଦ୍ୟ ପ୍ରସ୍ତୁତ ସମୟରେ ହେଙ୍ଗୁ ବ୍ୟବହାର କରନ୍ତୁ। ଯେ କୌଣସି ମସଲା ତରକାରି ପ୍ରସ୍ତୁତ କରୁଥିଲେ ଏଥିରେ କିଛି ହେଙ୍ଗୁ ମିଶାନ୍ତୁ। ଗୋଟିଏ ଗ୍ଲାସ ଅଳ୍ପ ଉଷୁମ ପାଣିରେ ମାତ୍ର ୨ ଚାମଚ ହେଙ୍ଗୁ ମିଶାଇ ପିଅନ୍ତୁ। ରକ୍ତଚାପ ନିୟନ୍ତ୍ରଣରେ ରହିବ। ସର୍ବତରେ ମଧ୍ୟ କିଛି ହେଙ୍ଗୁ ମିଶାଇ ପିଅନ୍ତୁ। ଏହା ସ୍ବାଦିଷ୍ଟ ସହ ପାଚନତନ୍ତ୍ର ମଜଭୁତ ହେବ। ଖାଲି ରକ୍ତଚାପ ନୁହେଁ, ହେଙ୍ଗୁ ଖାଇଲେ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହେବ। ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଥିଲେ ହେଙ୍ଗୁ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଥଣ୍ଡା, ଜ୍ୱର ହେଲେ ହେଙ୍ଗୁ ଖାଆନ୍ତୁ। ଏଥିରୁ ମୁକ୍ତି ମିଳିବ।