ଉଚ୍ଚ ରକ୍ତଚାପ ଦୂର କରେ ସଙ୍ଗୀତ

ଉଚ୍ଚ ରକ୍ତଚାପ ବା ହାଇପର୍‌ ଟେନସନ୍‌ ଏକ ଗମ୍ଭୀର ରୋଗ। ରକ୍ତଚାପ ବୃଦ୍ଧି ହେଲେ ହୃଦ୍‌ରୋଗ, କିଡ୍‌ନୀ ସମ୍ଯଯା, ଷ୍ଟ୍ରୋକ୍‌ ଏବଂ ଅନେକ ଗମ୍ଭୀର ରୋଗର ଆଶଙ୍କା ସୃଷ୍ଟିହୁଏ। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାକୁ ଲୋକେ ଔଷଧଠୁ ନେଇ ଅନେକ ଘରୋଇ ଉପଚାର ଆପଣାଇଥାନ୍ତି। କିନ୍ତୁ ଏସବୁ ଅପେକ୍ଷା ଖୁବ୍‌ ସହଜ ଏବଂ ସରଳ ଉପାୟରେ ଗୀତ ଶୁଣି ଆପଣ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିପାରିବେ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷଣା ଅନୁସାରେ, ଔଷଧ ସେବନ ପରେ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବା ଦ୍ୱାରା ଆଣ୍ଟିି-ହାଇପର୍‌ସେନ୍ସିଟିଭ୍‌ ଔଷଧର ପ୍ରଭାବ ବଢ଼ିଯାଏ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ସଂଗୀତ ଶୁଣିବା ଦ୍ୱାରା ହାର୍ଟବିଟ୍‌ ଭଲ ରହିଥାଏ। ଏହି ଗବେଷଣା ହାଇପରଟେନସନ୍‌ରେ ପୀଡ଼ିତ ରୋଗୀ ସଙ୍ଗୀତ ଶୁଣିବା ଦ୍ୱାରା କିଭଳି ପ୍ରଭାବିତ ହେଉଛନ୍ତି ଜାଣିବାକୁ କରାଯାଇଥିଲା। ନିଷ୍କର୍ଷରୁ ଜଣାପଡ଼ିଥିଲା, ସଙ୍ଗୀତ ଶୁଣିବାର ୧ ଘଣ୍ଟା ମଧ୍ୟରେ ହାର୍ଟବିଟ୍‌ରେ ବେଶ୍‌ ସୁଧାର ଆସିଥିଲା। ଏହାସହ ଔଷଧର ପ୍ରଭାବ ମଧ୍ୟ ଭଲ ରହିଥିଲା। ପ୍ରକୃତରେ ସଂଗୀତ ଶୁଣିଲେ ପାରାସିମ୍ପାଥେଟିକ୍‌ ନର୍ଭସ୍‌ ସିଷ୍ଟମ୍‌ ସକ୍ରିୟ ହୋଇଯାଏ ଏବଂ ଏହା ଗାଷ୍ଟୋଇଣ୍ଟେଷ୍ଟାଇଲ୍‌ ଆକ୍ଟିଭିଟିକୁ ବଢ଼ାଇଦିଏ। ଯଦ୍ୱାରା ଔଷଧର ପ୍ରଭାବ ଦ୍ୱିଗୁଣା ହୋଇଯାଏ।

Share