ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ସ୍ମୃତିଶକ୍ତି ବଢ଼ାଇବା ପାଇଁ ଶୀତଦିନେ ଖାଆନ୍ତୁ ଏହାକୁ…

ମାଛ ଖାଇବା ଶରୀର ପାଇଁ ଭଲ। ଶୀତଦିନେ ମାଛ ଖାଇଲେ ଅନେକ ଫାଇଦା ମିଳିଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ। ଏସବୁ ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ। ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା ମିଳେ। ମାଛ ଶୀତଦିନେ ଶରୀର ତାପମାତ୍ରାକୁ ନିୟନ୍ତ୍ରିତ କରିଥାଏ। ମାଛ ଖାଇଲେ ସ୍ତନ ଏବଂ ପ୍ରୋଷ୍ଟେଟ୍‌ କର୍କଟ ହେବାର ଆଶଙ୍କା କମିଯାଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ମାଛରେ ଓମେଗା-୩ ଫ୍ୟାଟି ଏସିଡ଼୍‌ ଏବଂ ଭିଟାମିନ୍‌ ଡି ଭରପୂର ମାତ୍ରାରେ ରହିଥାଏ। ଯାହା ଶରୀରକୁ ବହୁ ରୋଗରୁ ରକ୍ଷା କରେ। ଏହା ଶରୀରର ଟ୍ରାଇଗ୍ଲିସେରାଇଡ୍‌ସ୍ତରକୁ ହ୍ରାସ କରିଥାଏ। ଫଳରେ ହାର୍ଟଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। ମାଛ ଯୋଗୁ ମସ୍ତିଷ୍କ କ୍ରିୟାଶୀଳ ରହିଥାଏ। ଫଳରେ ମାନସିକ ବିକାର ହେବାର ଆଶଙ୍କା କମ୍‌ ହୋଇଥାଏ। ମାଛରେ ଥିବା ପ୍ରୋଟିନ୍‌ ମସ୍ତିଷ୍କରେ ନୂଆ କୋଷିକା ତିଆରି କରେ। ଏହାଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ। ମାଛ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।