ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି: ଯୁକ୍ତ୩ ପରୀକ୍ଷାରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ପରାମର୍ଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜର ଯୁକ୍ତ୩ ଶେଷ ତଥା ୬ଷ୍ଠ ସେମିଷ୍ଟର ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ସରିବ। ଅଗଷ୍ଟ ୩୧ ସୁଦ୍ଧା ଫଳ ପ୍ରକାଶ ପାଇବ। ସେହିପରି ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଶେଷ ତଥା ୪ର୍ଥ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୨୦ ମଧ୍ୟରେ ସରି ସେପ୍ଟେମ୍ବର ୨୦ ସୁଦ୍ଧା ଫଳ ବାହାଯିବ। ପରୀକ୍ଷା ତାରିଖ ନେଇ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ବିଜ୍ଞପ୍ତି ପ୍ରକାଶ କରିବେ। ସ୍ଥିତିକୁ ଦେଖି ବ୍ୟାକ୍‌ ପେପରଗୁଡ଼ିକର ପରୀକ୍ଷା ନେଇ ନିଷ୍ପତ୍ତି ହେବ ବୋଲି ଗୁରୁବାର ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି। ତେବେ କୋଭିଡ୍‌-୧୯ ନିୟମ ଅନୁଯାୟୀ ସାମାଜିକ ଦୂରତ୍ୱ, ସାନିଟାଇଜେଶନ, ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରାକ୍ଟିକାଲ ପରୀକ୍ଷାରେ କମ୍‌ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ନେଇ ବ୍ୟାଚ୍‌ କରିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ପୂର୍ବରୁ କ୍ଲାସରୁମ୍‌ ଓ ଲାବରେଟେରିକୁ ବିଶୋଧାନ କରିବାକୁ କୁହାଯାଇଛି। ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ଦ୍ବିତୀୟ ସେମିଷ୍ଟର ଓ ଦ୍ବିତୀୟ ବର୍ଷର ୪ର୍ଥ ସେମିଷ୍ଟର ପରୀକ୍ଷା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ବୁଧବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଗୁରୁବାର ସଚିବ ମିଶ୍ର ଏହି ବିଜ୍ଞପ୍ତି ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri