Categories: ଜାତୀୟ

ଉଚ୍ଚତା ମାତ୍ର ୨ ଫୁଟ, ୨ ବର୍ଷରେ ୬୦ଟି କାର୍‌ ଚୋରିର ମାଷ୍ଟରମାଇଣ୍ଡ୍‌

ଗାଜିଆବାଦ୍‌,୨୪।୧୦: ଉତ୍ତର ପ୍ରଦେଶର ଗାଜିଆବାଦରେ ପୋଲିସ ଏକ କାର୍‌ ଚୋରି ଗ୍ୟାଙ୍ଗ୍‌କୁ ଧରିଛି। ସେମାନଙ୍କଠାରୁ ୯ଟି କାର୍‌ ଜବତ କରିଛି ପୋଲିସ। ସବୁଠୁ ରୋଚକ କଥା ହେଉଛି ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଜଣେ ୨ ଫୁଟ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ବୌନା। ସେ ଗତ ୨ ବର୍ଷ ଭିତରେ ବିଭିନ୍ନ ଯାଗାରୁ ପାଖାପାଖି ୬୦ଟି କାର୍‌ ଚୋରି କରିସାରିଲେଣି। ଡିଏସପି ରାଜକୁମାର ପାଣ୍ଡେ କହିଛନ୍ତି, ବୌନାଙ୍କ ନାଁ ଅନୁସାରେ, ଗ୍ୟାଙ୍ଗ୍‌ ନାଁ ରହିଥିଲା ‘ବୌନା’। ଗ୍ୟାଙ୍ଗ୍‌ ସହ କାମ କରୁଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଉଛି ବୋଲି ପାଣ୍ଡେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବୌନଙ୍କ ସମ୍ପୂର୍ଣ୍ଣ ନାଁ ହେଉଛି ରୌନକ ଅଲ୍ଲୀ ବବ୍ବୁ। ସେ ଉଚ୍ଚତାରେ ଛୋଟ ହେଲେ ବିଚକ୍ଷଣ କୌଶଳ ପ୍ରୟୋଗ କରି କାର୍‌ ଚୋରି କରୁଥିଲେ।

Share