ଈଶ୍ୱର ଦର୍ଶନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମ ଓ ମୃତ୍ୟୁ ମଧ୍ୟରେ କେବଳ ସୁଖ ଭୋଗ କରେନାହିଁ, ଦୁଃଖ ଓ ଯନ୍ତ୍ରଣାରେ ମଧ୍ୟ ଦଗ୍ଧୀଭୂତ ହୁଏ। ପୁନଶ୍ଚ ହିନ୍ଦୁଧର୍ମ ଅନୁସାରେ ନିଜର କର୍ମ ଅନୁଯାୟୀ ବାରମ୍ବାର ଜନ୍ମଗ୍ରହଣ କରେ। ଏହି ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ପାଇବା ପାଇଁ ସେ ବିଭିନ୍ନ ସାଧନା କରେ ଓ ବହୁ ଦେବଦେବୀଙ୍କୁ ଆରାଧନା କରେ। ସ୍କନ୍ଦ ପୁରାଣ କହେ-”ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ।“ ଅର୍ଥାତ୍‌ ରଥ ଉପରେ ଜଗନ୍ନାଥଙ୍କ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ। ଏଣୁ ରଥଯାତ୍ରା ସମୟରେ ଜଗନ୍ନାଥ ଦର୍ଶନ ପାଇଁ ଲକ୍ଷାଧିକ ଲୋକ ବଡ଼ଦାଣ୍ଡରେ ସମବେତ ହୁଅନ୍ତି। କେବଳ ଜଗନ୍ନାଥ ମନ୍ଦିର ନୁହେଁ, ଭାରତର ବିଭିନ୍ନ ବିଶିଷ୍ଟ ମନ୍ଦିର ଯଥା ତିରୁପତି ମନ୍ଦିର, ରାମେଶ୍ୱର ମନ୍ଦିର, ମୀନାକ୍ଷୀ ମନ୍ଦିର, କାମାକ୍ଷା ମନ୍ଦିର, ପଦ୍ମନାଭ ମନ୍ଦିର ଆଦିରେ ପ୍ରବଳ ଭିଡ଼ ହୁଏ ଓ ବେଳେବେଳେ ଦଳାଚକଟାରେ ଭକ୍ତମାନେ ଆହତ ହେବାର ଉଦାହରଣ ମଧ୍ୟ ଅଛି। ପ୍ରଶ୍ନ ହେଉଛି, ପ୍ରକୃତରେ ଭକ୍ତମାନେ ମନ୍ଦିରକୁ ଯାଇ ଈଶ୍ୱର ଦର୍ଶନ କରନ୍ତି କି? ଋକ୍‌ବେଦ କହେ- ଈଶ୍ୱର ସର୍ବବ୍ୟାପୀ, ନିରାକାର, ନିର୍ଲିପ୍ତ, କର୍ମାଧ୍ୟକ୍ଷ, ସମସ୍ତ କର୍ମର ସାକ୍ଷୀସ୍ବରୂପ ଓ ସର୍ବଭୂତର ଅନ୍ତରାତ୍ମାସ୍ବରୂପ। ଯଜୁର୍ବେଦ କହେ-”ନ ତସ୍ୟ ପ୍ରତିମା ଅସ୍ତି“ ଅର୍ଥାତ୍‌ ଈଶ୍ୱରଙ୍କ ପ୍ରତିମା ନାହିଁ। ଆମେ ଯେଉଁମାନେ ମନ୍ଦିରକୁ ଯାଉ, ଈଶ୍ୱରଙ୍କୁ ଦେଖି ନ ଥାଉ, ଦେଖୁ ଈଶ୍ୱରଙ୍କ ପ୍ରତିମା। ଚର୍ମଚକ୍ଷୁରେ ଈଶ୍ୱରଙ୍କୁ ଦେଖିହୁଏ ନାହିଁ। ଏଣୁ ମଣିଷ ଈଶ୍ୱରଙ୍କୁ କଳ୍ପନା ଚକ୍ଷୁରେ ଦେଖେ ଓ ତଦନୁଯାୟୀ ତାଙ୍କ ରୂପ ନିଏ ଓ ତାଙ୍କର ପ୍ରତିମା ଗଢ଼େ। ସେହି ପ୍ରତିମା ଭିତରେ ସେ ଈଶ୍ୱରଙ୍କୁ ଅନୁଭବ କରେ। ଏଣୁ ସ୍କନ୍ଦ ପୁରାଣ, ଗରୁଡ଼ ପୁରାଣ ଓ ଚାଣକ୍ୟ ନୀତିରେ କୁହାଯାଇଛି-”ନ ଦେବୋ ବିଦ୍ୟତେ କାଷ୍ଠେ, ନ ପାଷାଣେ, ନ ମୃଣ୍ମୟେ/ ଭାବେ ହିଁ ବିଦ୍ୟତେ ଦେବୋସ୍ତସ୍ମାତ୍‌ ଭାବୋ ହି କାରଣମ୍‌।“ ଅର୍ଥାତ୍‌ କାଠ, ପଥର ବା ମାଟିରେ ଦେବତା ନ ଥା’ନ୍ତି। ସେ ଥା’ନ୍ତି ଭାବରେ। ଏଣୁ ଭାବ ହିଁ କାରଣ।
ଆମେ ଆମ ପ୍ରିୟବ୍ୟକ୍ତିଙ୍କୁ ଦେଖିବାକୁ ଚାହୁଁ। ମାତ୍ର ଯାହାଙ୍କୁ ଦେଖିବାକୁ ଚାହୁଁ ଯଦି ସେ ଦେଖାଦେବାକୁ ନ ଚାହାନ୍ତି, ତେବେ ଆମେ ତାଙ୍କୁ ଦେଖିପାରିବା ନାହିଁ। ଠିକ୍‌ ସେହିପରି ଭକ୍ତ ଈଶ୍ୱରଙ୍କୁ ଦର୍ଶନ କରିବାକୁ ଚାହେଁ ମାତ୍ର ଈଶ୍ୱର ଦର୍ଶନ ଦେବାକୁ ନ ଚାହିଁଲେ ସେ ତାଙ୍କୁ ଦେଖିପାରିବ ନାହିଁ। ଈଶ୍ୱର ଭକ୍ତର ପ୍ରିୟ ହୋଇପାରନ୍ତି, ମାତ୍ର ଯଦି ଭକ୍ତ ଈଶ୍ୱରଙ୍କ ପ୍ରିୟ ହୋଇ ନ ଥିବ, ଈଶ୍ୱର ଭକ୍ତକୁ ଦର୍ଶନ ଦେବେ କିପରି? ମନ୍ଦିର, ମସ୍‌ଜିଦ୍‌ ବା ଗୀର୍ଜାକୁ ଗଲେ ଈଶ୍ୱର ଦର୍ଶନ ହୁଏନାହିଁ। ଭଗବଦ୍‌ ଗୀତାର ଦ୍ୱାଦଶ ଅଧ୍ୟାୟରେ ଭଗବାନ୍‌ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କ ପ୍ରିୟଭକ୍ତର ଲକ୍ଷଣ ବର୍ଣ୍ଣନା କରିଛନ୍ତି। ଅର୍ଜୁନଙ୍କ ପ୍ରଶ୍ନ ”କେଉଁ ଭକ୍ତ ଆପଣଙ୍କର ପ୍ରିୟ?“ ଏହାର ଉତ୍ତରରେ ସେ କହିଛନ୍ତି, ଯିଏ ନିଃସ୍ବାର୍ଥ ଭାବେ ସମସ୍ତଙ୍କୁ ପ୍ରେମକରେ, ଦ୍ୱେଷଶୂନ୍ୟ, ଅହଂକାରରହିତ, ଆସକ୍ତିରହିତ, ଦୁଃଖ ଓ ସୁଖରେ ସମଭାବାପନ୍ନ କ୍ଷମାଶୀଳ, ସଂଯମୀ, ଅନୁଦ୍‌ବିଗ୍ନ, ନିଷ୍କାମ, ଶୁଚିସମ୍ପନ୍ନ, ମାନ ଅପମାନରେ ସମଭାବାପନ୍ନ, ସ୍ଥିରବୁଦ୍ଧି, ଶ୍ରଦ୍ଧାଯୁକ୍ତ ଓ ମହତ୍‌ ପରାୟଣ ସେହି ଭକ୍ତ ମୋର ପ୍ରିୟ। ଏଣୁ ଈଶ୍ୱରଙ୍କ ପ୍ରିୟ ହେବାକୁ ହେଲେ ଏହିସବୁ ଗୁଣର ଅଧିକାରୀ ହେବାକୁ ପଡ଼ିବ ଓ ଈଶ୍ୱରଙ୍କ ପ୍ରିୟ ନ ହେଲେ ଈଶ୍ୱର ଦର୍ଶନ ଦେବେ କିପରି?
ଈଶ୍ୱର ଦର୍ଶନ ସମ୍ପର୍କରେ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଉପନ୍ୟାସ ‘ପ୍ରଭଞ୍ଜନ’ରେ ସୋମ୍ୟଦେବ ଓ ରୀନା ମଧ୍ୟରେ ହୋଇଥିବା କଥୋପକଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ରୀନା ସୋମ୍ୟଦେବଙ୍କୁ ପ୍ରଶ୍ନ କଲା, ”ସାଧୁବାବା! ଆପଣ ଭଗବାନ୍‌ଙ୍କୁ ଦେଖିଛନ୍ତି?“ ସୋମ୍ୟଦେବ ଉତ୍ତର ଦେଲେ, ”ହଁ“। ରୀନା କହିଲା ”ମୋତେ ଦେଖାଇପାରିବେ?“ ସୋମ୍ୟଦେବ ହସିଲେ, କିନ୍ତୁ କିଛି କହିଲେ ନାହିଁ। ରୀନା ପୁଣି ପଚାରିଲା, ”ଆପଣ ଯଦି ଦେଖିଛନ୍ତି ମୋତେ ଦେଖାଇ ନ ଦେବେ କିଆଁ? ମଁୁ ତ ଦେଖିବାକୁ ଉତ୍ସୁକ।“ ସୋମ୍ୟଦେବ ଉତ୍ତର ଦେଲେ, ”ଝିଅ! ସେ ତ ପୁଣି ତୁମକୁ ଦେଖିବାକୁ ଉତ୍ସୁକ ହେବା ଲୋଡ଼ା।“ ଆମେ ଯଦି ଜୀବନରେ ଗୀତାରେ ଶ୍ରୀକୃଷ୍ଣଙ୍କ ଦ୍ୱାରା କଥିତ ବିପରୀତ ଗୁଣର ଅଧିକାରୀ ହେବା ଯଥା ଅସଂଯମୀ, ବର୍ବର, ହିଂସ୍ର, ସ୍ବାର୍ଥାନ୍ବେଷୀ, ଅହଂକାରୀ ଓ ଦ୍ୱେଷପୂର୍ଣ୍ଣ ହେବା, ତା’ହେଲେ ଈଶ୍ୱର ଆମକୁ ଦର୍ଶନ ଦେବାକୁ ଉତ୍ସୁକ ହେବେ କିପରି? ଆମେ ଈଶ୍ୱରଙ୍କୁ ଭଲ ପାଇପାରୁ। ମାତ୍ର ଈଶ୍ୱର ଆମକୁ ଭଲପାଇବା ଦରକାର, ତା’ହେଲେ ସିନା ସେ ଦର୍ଶନ ଦେବେ। ଏହି ପ୍ରସଙ୍ଗ ଇଂରାଜୀ କବି ଲେ ହଣ୍ଟ ତାଙ୍କ କବିତା ”ଆବୁ ବେନ୍‌ ଆଦେମ୍‌“ରେ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି।
ଦିନେ ରାତିରେ ଆବୁ ବେନ୍‌ ଆଦେମ୍‌ଙ୍କ ନିଦ ଭାଙ୍ଗିଗଲା। ସେ ଦେଖିଲେ ଘରର ଏକ କୋଣରେ ଜଣେ ଦେବଦୂତ ଏକ ଖାତାରେ କିଛି ଲେଖୁଛନ୍ତି। ଆବୁ ବେନ୍‌ ସେ କ’ଣ ଲେଖୁଛନ୍ତି ଜାଣିବାକୁ ଚାହାନ୍ତେ ଦେବଦୂତ କହିଲେ- ମୁଁ ସେହିମାନଙ୍କ ନାମ ଲେଖୁଛି, ଯେଉଁମାନେ ଈଶ୍ୱରଙ୍କୁ ଭଲ ପାଆନ୍ତି। ଆବୁ ବେନ୍‌ ତାଙ୍କ ନାମଟି ତା’ ଭିତରେ ଅଛି କି ନା ସେକଥା ଜାଣିବାକୁ ଚାହିଁଲେ। ଦେବଦୂତ ମନା କରିବାରୁ ଆବୁ ବେନ୍‌ ଭାବିଲେ ବାସ୍ତବିକ୍‌ ସେ ଜୀବନରେ କେବେ ଈଶ୍ୱରଙ୍କ କଥା ଚିନ୍ତା କରିନାହାନ୍ତି। ଚିନ୍ତା କରିଛନ୍ତି କେବଳ ତାଙ୍କ ଚତୁଃପାର୍ଶ୍ୱରେ ରହୁଥିବା ଦୀନ ଦୁଃଖୀ ମଣିଷଙ୍କ କଥା। ତାଙ୍କ ନାମଟି ସେହି ତାଲିକାରେ ନ ରହିବା ସ୍ବାଭାବିକ। ଏଣୁ ସେ ଦେବଦୂତଙ୍କୁ କହିଲେ, ”ତା’ହେଲେ ତୁମେ ମଣିଷମାନଙ୍କୁ ଭଲ ପାଉଥିବା ଲୋକଙ୍କ ତାଲିକାରେ ମୋର ନାମଟି ଲେଖିଦିଅ।“ ଦେବଦୂତ ସେଭଳି ଲେଖି ଅନ୍ତର୍ଦ୍ଧାନ ହୋଇଗଲେ। ପରଦିନ ରାତିରେ ଦେବଦୂତ ପୁଣିଥରେ ଆସିଲେ ଓ ପୂର୍ବଭଳି ଏକ ତାଲିକା ମଧ୍ୟ ପ୍ରସ୍ତୁତ କରୁଥିଲେ। ଆବୁ ବେନ୍‌ ଏଥର ତାଙ୍କୁ କିଛି ପଚାରିଲେ ନାହିଁ। ଦେବଦୂତ ନିଜଆଡ଼ୁ କହିଲେ, ଶୁଣ ଆବୁ ବେନ୍‌ ! ଏଥର ମୁଁ ଆଜି ଆଉ ଏକ ତାଲିକା କରିଛି, ଯେଉଁଥିରେ ରହିଛି ସେହିମାନଙ୍କ ନାମ, ଯେଉଁମାନଙ୍କୁ ଭଗବାନ୍‌ ଭଲ ପାଆନ୍ତି। ସେଇ ତାଲିକାରେ ତୁମର ନାମ ଅଛି ସର୍ବାଗ୍ରେ।“ ଆବୁ ବେନ୍‌ କେବେ ଈଶ୍ୱରଙ୍କୁ ଖୋଜି ନ ଥିଲେ କି ସ୍ମରଣ କରି ନ ଥିଲେ। ମାତ୍ର ସେ ଭଲ ପାଉଥିଲେ ତାଙ୍କ ଚତୁଃପାର୍ଶ୍ୱସ୍ଥ ମଣିଷମାନଙ୍କୁ। ଦୁଃଖୀ ଦରିଦ୍ରଙ୍କୁ ସେ ସାହାଯ୍ୟ କରୁଥିଲେ ଓ ଅପାର ଆନନ୍ଦ ଲାଭ କରୁଥିଲେ। ଏଣୁ ଈଶ୍ୱର ତାଙ୍କୁ ଭଲ ପାଉଥିଲେ। ଆବୁ ବେନ୍‌ ଈଶ୍ୱରଙ୍କୁ ଖୋଜୁ ନ ଥିଲେ, ମାତ୍ର ତାଙ୍କର ସୁକର୍ମ ପାଇଁ ଈଶ୍ୱର ତାଙ୍କୁ ଖୋଜୁଥିଲେ। ଏଣୁ ଈଶ୍ୱର ଆମକୁ ଦର୍ଶନ ଦେବାକୁ ନ ଚାହିଁବା ପର୍ଯ୍ୟନ୍ତ ଆମେ ମନ୍ଦିର, ମସ୍‌ଜିଦ୍‌ ବା ଗୀର୍ଜାକୁ ଗଲେ ମଧ୍ୟ ଈଶ୍ୱର ଦର୍ଶନ ସମ୍ଭବ ହେବନାହିଁ।
ଚର୍ମଚକ୍ଷୁ ରୂପକୁ ଦେଖିପାରେ। ମାତ୍ର ଈଶ୍ୱର ଅରୂପ ହୋଇଥିବାରୁ ଚର୍ମଚକ୍ଷୁରେ ତାଙ୍କୁ ଦେଖିବା ସମ୍ଭବ ନୁହେଁ। ‘ଗୀତା’ରେ ଭଗବାନ୍‌ ଅର୍ଜୁନଙ୍କୁ କହିଛନ୍ତ, ଈଶ୍ୱର ସମସ୍ତ ଭୂତଙ୍କ ହୃଦୟରେ ବାସ କରନ୍ତି। ଏଣୁ ଈଶ୍ୱରଙ୍କୁ ଚକ୍ଷୁରେ ଦେଖିହୁଏନାହିଁ, ହୃଦୟରେ ଅନୁଭବ କରିହୁଏ। ସ୍ବାମୀ ବିବେକାନନ୍ଦ କହୁଥିଲେ, ”ନିଖିଳ ଆମତ୍ାର ସମଷ୍ଟି ରୂପେ ଏକମାତ୍ର ଈଶ୍ୱର ବିଦ୍ୟମାନ ଅଛନ୍ତି ଓ ମୁଁ ସେହି ଈଶ୍ୱରଙ୍କ ଅସ୍ତିତ୍ୱରେ ବିଶ୍ୱାସ କରେ। ସେହି ଈଶ୍ୱରଙ୍କ ପୂଜା ପାଇଁ ମୁଁ ଥରକୁ ଥର ଜନ୍ମଗ୍ରହଣ କରିବାକୁ ଚାହେଁ ଓ ମୋର ଇଚ୍ଛା ନରନାରାୟଣ ଯେପରି ମୋର ସର୍ବାଧିକ ଉପାସ୍ୟ ଦେବତା ହୁଅନ୍ତୁ।“ ବିଡ଼ମ୍ବନାର ବିଷୟ ଯେ ମଣିଷ ଜୀବନ୍ତ ଈଶ୍ୱରଙ୍କୁ ସମାଜ ଭିତରେ ନ ଖୋଜି ଅଦୃଶ୍ୟ ଈଶ୍ୱରଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର, ମସ୍‌ଜିଦ୍‌ ଓ ଗୀର୍ଜାକୁ ଧାଉଁଛି।
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri