Categories: ଜାତୀୟ

ଈଶ୍ୱରଙ୍କ ନିକଟତର ହେବାକୁ ନିଜର ସମାଧି ଖୋଳିଲେ ବୃଦ୍ଧ

ଗୁଣ୍ଟୁର,୧।୬: ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଈଶ୍ୱରଙ୍କ ନିକଟତର ହେବାକୁ ନିଜ କ୍ଷେତରେ ଏକ ସମାଧି ତିଆରି କରିଥିଲେ। ସେଥିମଧ୍ୟରେ ସେ ଈଶ୍ୱରଙ୍କୁ ଆରାଧନା କରି ନିକଟତର ହେବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ହେଲେ ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି। ଗୁଣ୍ଟୁର ଜିଲା ଗନ୍ନାବରମ ଗାଁର ଥାତିରେଡ୍ଡି ଲାଚି ରେଡ୍ଡି ଭଗବାନଙ୍କ ନିକଟତର ହେବାକୁ ନିଜ ଜମିରେ ସମାଧି ଖୋଳିବା ସହ ଜିଲାପାଳଙ୍କ ନିକଟକୁ ଏକ ପତ୍ରଲେଖି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ହେଲେ ଏହା ଏତେ ସହଜ ନ ଥିଲା। ଘଟଣା ପୋଲିସ କାନରେ ପଡିବା ପରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି।

Share