ଇ-ସ୍କୁଟର ଦୁର୍ଘଟଣା:ଯୁବ ଆହତଙ୍କ ସଂଖ୍ୟା ୭୧% ବଢ଼ିଛି

ଓ୍ବାଶିଂଟନ,୨୧ା୧୦: ବିଦ୍ୟୁତ୍‌ଚାଳିତ ସ୍କୁଟର (ଇ-ସ୍କୁଟର) ପରିବହନର ଏକ ଲୋକପ୍ରିୟ ମାଧ୍ୟମରେ ପରିଣତ ହୋଇଥିବାବେଳେ କ୍ୱଚିତ୍‌ ହେଲ୍‌ମେଟ୍‌ ବ୍ୟବହାରରୁ ନାବାଳକ ଓ ଯୁବବର୍ଗଙ୍କ ମଧ୍ୟରେ ଦୁର୍ଘଟଣାଜନିତ ଆହତ ସଂଖ୍ୟା ବର୍ଷକ ମଧ୍ୟରେ ୭୧ ପ୍ରତିଶତ ବୃଦ୍ଧି ପାଇଛି। ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କ ନେତୃତ୍ୱରେ କରାଯାଇଥିବା ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। ୨ ବର୍ଷର ଅଧ୍ୟୟନକୁ ଆଧାରକରି ଆମେରିକା ଏମର୍ଜେନ୍ସି ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇ-ସ୍କୁଟର ଦୁର୍ଘଟଣାରେ ୧୩,୫୫୭ ପିଲା ଆହତ ହୋଇଛନ୍ତି। ୨୦୨୦ରେ ଆହତଙ୍କ ସଂଖ୍ୟା ୫,୦୧୨ ଥିବାବେଳେ ୨୦୨୧ରେ ଏହା ୮,୫୪୫କୁ ବଢ଼ିଛି। ମୁଖ୍ୟତଃ ସେମାନଙ୍କ ହାଡ଼ରେ ଫାଟ ହୋଇଥିବାବେଳେ ସର୍ବାଧିକ ମୁଣ୍ଡରେ ଆଘାତ ଲାଗିଛି। ଅଧିକରୁ ଅଧିକ ନାବାଳକ ଓ କିଶୋର କିଶୋରୀ ଇ-ସ୍କୁଟର ବ୍ୟବହାର କରୁଥିବାବେଳେ ନିରାପଦ ଡ୍ରାଇଭିଂ ଲାଗି ଡାକ୍ତର, ନୀତି ନିର୍ଦ୍ଧାରକ ଓ ଗବେଷକମାନେ ଏକାଠି କାମ କରୁଛନ୍ତି। ଡ୍ରାଇଭିଂ ବେଳେ ହେଲ୍‌ମେଟ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିବା ଏବଂ ଅଧିକ ବାଇକ୍‌ ଓ ସ୍କୁଟର ଲେନ୍‌ ନିର୍ମାଣ ଆବଶ୍ୟକ ବୋଲି ପେରେଲମାନ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ରାଧିକା ଗୁପ୍ତା କହିଛନ୍ତି। ମୁଣ୍ଡରେ ଆଘାତ ଲାଗିଥିବା ପିଲାଙ୍କ ମଧ୍ୟରୁ ୬୭ ପ୍ରତିଶତ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri