ଇ-ଯାନରେ ମିଳିବ ୧.୫ ଲକ୍ଷର ଅତିରିକ୍ତ ଟିକସ ଛାଡ଼

ନୂଆଦିଲ୍ଲୀ,୬-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ପ୍ରଦୂଷଣମୁକ୍ତ ସହର ଗଢ଼ିବା ସରକାରଙ୍କ ଲକ୍ଷ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଦେଶରେ ଇଲେକ୍ଟ୍ରିକ ଗାଡ଼ିର ପ୍ରଚଳନକୁ ପ୍ରୋତ୍ସାହିତ କରିବାକୁ ଯାଇ ଅର୍ଥମନ୍ତ୍ରୀ କେତେକ ଟିକସ ରିହାତି ଘୋଷଣା କରିଛନ୍ତି। ଇଲେକ୍ଟ୍ରିକ ଗାଡ଼ି କିଣିବା ଲାଗି ଋଣ ନେଲେ ସୁଧ ଉପରେ ୧.୫ ଲକ୍ଷ ଟଙ୍କାର ଅତିରିକ୍ତ ଆୟକର ଛାଡ଼ ମିଳିବ ବୋଲି ସେ ଘୋଷଣା କରିଛନ୍ତି। ତେବେ ଦେଶରେ ଏବେ ଇ-ଯାନର ପ୍ରଚଳନ ଅଧିକ ମାତ୍ରାରେ ହୋଇ ନ ଥିବାରୁ ମଧ୍ୟବିତ୍ତଙ୍କୁ ଏ କ୍ଷେତ୍ରରେ ଟିକସ ଛାଡ଼ର ସୁବିଧା ତୁରନ୍ତ ମିଳିବାର ସମ୍ଭାବନା ନାହିଁ। ସୀତାରାମନ ତାଙ୍କ ବଜେଟରେ ଭାଷଣରେ ଇଲେକ୍ଟ୍ରିକ ଗାଡ଼ି ପ୍ରଚଳନ ଉପରେ ଏନ୍‌ଡିଏ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ଇଲେକ୍ଟ୍ରିକ ଗାଡ଼ି ଉପରେ ବର୍ତ୍ତମାନ ଲାଗୁଥିବା ୧୨ପ୍ରତିଶତ ଜିଏସ୍‌ଟିକୁ ୫%କୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଜିଏସ୍‌ଟି କାଉନସିଲ୍‌କୁ ଅନୁରୋଧ କରିଛନ୍ତି। ଫଳରେ ଲୋକେ ଇ-ଯାନ କିଣିବା ଲାଗି ଆଗ୍ରହ ଦେଖାଇବେ ଏବଂ ଏହା ଅନ୍ୟ ପାରମ୍ପରିକ ଯାନ ଠାରୁ ଅଧିକ ଶସ୍ତା ହେବ ବୋଲି ସେ କହିଛନ୍ତି।
ବାର୍ଷିକ ୫୦ କୋଟି ଟଙ୍କା କାରବାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଭୀମ୍‌, ୟୁପିଆଇ, ଆଧାର ପେ, ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌ ବ୍ୟବସ୍ଥା ଆପଣାଇ ଟଙ୍କା ନେଣଦେଣ କରିବାକୁ ହେବ। ଗ୍ରାହକଙ୍କ ଠାରୁ ଏଥିପାଇଁ କୌଣସି ଚାର୍ଜ ଆଦାୟ କରାଯିବ ନାହିଁ। ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କଗୁଡ଼ିକ ଏହି ଖର୍ଚ୍ଚ ବହନ କରିବେ। ସେହିଭଳି ସିକ୍ୟୁରିଟିଜ ଟ୍ରାଞ୍ଜାକଶନ ଟ୍ୟାକ୍ସରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
ଏନ୍‌ଡିଏ ସରକାର ଆଞ୍ଜେଲ ଟ୍ୟାକ୍ସ ଓ ଷ୍ଟାର୍ଟଅପ୍‌ ପ୍ରତି ଗୁରୁତ୍ୱ ଦେଉଛନ୍ତି ବୋଲି ସୀତାରାମନ୍‌ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଆବଶ୍ୟକୀୟ ଘୋଷଣାନାମା ଦାଖଲ କରିଥିବା ଷ୍ଟାର୍ଟଅପ୍‌ ଓ ଆଞ୍ଜେଲ ଟ୍ୟାକ୍ସ ନିବେଶକଙ୍କୁ ସେମାନଙ୍କ ଶେୟାର ପ୍ରିମିୟମ ଉପରେ ପ୍ରଶ୍ନ କରାଯିବ ନାହିଁ। ଏକ ଇ-ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯିବ,ଯାହାଦ୍ୱାରା ଷ୍ଟାର୍ଟଅପ୍‌ଗୁଡ଼ିକ ଦ୍ୱାରା ସଂଗ୍ରୁହିତ ପାଣ୍ଠି ଆୟକର ଯାଞ୍ଚ ପରିସରଭୁକ୍ତ ହେବେ ନାହିଁ।
ପ୍ରାରମ୍ଭରେ ଅର୍ଥମନ୍ତ୍ରୀ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଆର୍ଥିକ ଦୃଷ୍ଟିରୁ ହୋଇଥିବା ଉପଲବ୍ଧିକୁ ବଖାଣିଛନ୍ତି। ସେ କହିଛନ୍ତି ଯେ, ଲୋକମାନେ ଉତ୍ସାହର ସହ ଭୋଟ ଦେଇଛନ୍ତି। ନୂଆ ଭାରତ ନିର୍ମାଣ ଲାଗି ଅଭିଯାନ ଆରମ୍ଭ ହୋଇଛି। ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଅଧିକ ଦ୍ରୁତତର ହେବ। ମୋଦି ସରକାରଙ୍କ ପ୍ରଥମ ପାଳିରେ ଅନେକ କ୍ରାନ୍ତିକାରୀ ପଦକ୍ଷେପ ନିଆଯାଇଛି। ନାଲିଫିତା ବ୍ୟବସ୍ଥାକୁ କମାଯାଇଥିବା ବେଳେ ଖାଦ୍ୟ ସୁରକ୍ଷା ଦୁଇଗଣା ହୋଇଛି। ଶକ୍ତିଶାଳୀ ଦେଶ ଲାଗି ଦୃଢ଼ ନାଗରିକ ଜରୁରୀ ଦର୍ଶାଇ ସେ ଚାଣକ୍ୟ ନୀତି ଆଜି ମଧ୍ୟ ଆମ ଲାଗି ମାର୍ଗଦର୍ଶକ ବୋଲି ସେ ଦୋହରାଇଛନ୍ତି। ଡିଜିଟାଲ ଇଣ୍ଡିଆର ଲାଭ ସମ୍ପୂର୍ଣ୍ଣ ଦେଶକୁ ମିଳିବ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ଦେଶର ନଦୀଗୁଡ଼ିକ ସଫା ହେବା ଆବଶ୍ୟକ। ଅର୍ଥନୀତିକୁ କିଛି ବର୍ଷ ମଧ୍ୟରେ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ତେବେ ଲକ୍ଷ୍ୟ ହାସଲ ଲାଗି ଜନସହଭାଗିତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି। ଚଳିତ ବର୍ଷ ଦେଶର ଅର୍ଥନୀତି ୩ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ୟିବ ବୋଲି ଉଲ୍ଲେଖ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ନିଯୁକ୍ତି ବୃଦ୍ଧି ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି। ନୂଆ ଔଦ୍ୟୋଗିକ କରିଡର ନିର୍ମାଣ ଲାଗି ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାକୁ ହାଇଓ୍ବେ ସହ ଯୋଡିବା କାମ ଜାରି ରହିଛି ବୋଲି ସେ ବଜେଟରେ ସୂଚନା ଦେଇଛନ୍ତି। ଉଡ଼ାଣ ଯୋଜନା ଦ୍ୱାରା ଛୋଟ ସହରକୁ ବିମାନ ସେବା ସହ ଯୋଡାଯାଇଥିବା ଉଲ୍ଲେଖ କରି ସାଗରମାଳା ଯୋଜନା ଦ୍ୱାରା ନୂଆ ବନ୍ଦର ବିକାଶ ହୋଇଛି ବୋଲି ସେ କହିଛନ୍ତି। ବାରାଣସୀରୁ ହଳଦିଆ ପର୍ଯ୍ୟନ୍ତ ଜଳମାର୍ଗ ନିର୍ମାଣ ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ ବୋଲି ସେ ଜଣାଇଛନ୍ତି। ‘ନ୍ୟାଶନାଲ ହାଇଓ୍ବେ ଗ୍ରିଡ’୍‌ ନିର୍ମାଣ ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ସେ ଦର୍ଶାଇବା ସହ ୩୦୦ କିମି ନୂଆ ମେଟ୍ରୋ ଲାଇନକୁ ମଞ୍ଜୁରୀ ଦିଆଯାଇଥିବା କହିଛନ୍ତି। ସେହିପରି ‘ଗୋଟିଏ ଦେଶ, ଗୋଟିଏ ଗ୍ରିଡ୍‌୍‌’ ନିର୍ମାଣ କରି ସମସ୍ତଙ୍କ ଘରେ ବିଜୁଳି ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ବଜେଟରେ ଉଲ୍ଲେଖ କରାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଜମିରେ ନାଗରିକଙ୍କ ଲାଗି ହାଉସିଂ ସ୍କିମ ଜରିଆରେ ଘର ନିର୍ମାଣ କରିବା ଜରୁରୀ ବୋଲି ସେ ଦର୍ଶାଇଛନ୍ତି। ରେଳଓ୍ବେରେ ଘରୋଇ ସହଭାଗିତା ବୃଦ୍ଧି କରିବା ଉପରେ ସେ ଜୋର୍‌ ଦେଇଛନ୍ତି। ରେଲଓ୍ବେ ଟ୍ରାକ୍‌ ନିର୍ମାଣରେ ପିପିପି ମଡେଲ ଆପଣାଯିବ ବୋଲି ଉଲ୍ଲେଖ କରାଯାଇଛି। ୩ କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ପେନସନ ଯୋଜନା ସହ ଯୋଡାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏମ୍‌ଏସ୍‌ଏମ୍‌ଇଙ୍କ ଲାଗି ଅନ୍‌ଲାଇନ ପୋର୍ଟାଲ, ଏଥିଲାଗି ୩୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ବୀମା ମଧ୍ୟସ୍ଥଙ୍କ ଲାଗି ୧୦୦ ପ୍ରତିଶତ ଏଫ୍‌ଡିଆଇ, ସୋସିଆଲ ଷ୍ଟକ୍‌ ଏକ୍ସଚେଞ୍ଜ, ଇସ୍ରୋର ରିସର୍ଚ୍ଚ ଲାଗି ସ୍ପେଶ୍‌ ଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ବର୍ଷରେ ୧.୫ କୋଟି ଘର ନିର୍ମାଣ ହୋଇଥିବା ବେଳେ ଆସନ୍ତା ୨ ବର୍ଷରେ ଆହୁରି ୧.୯୫ କୋଟି ଘର ତିଆରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସେ ଜଣାଇଛନ୍ତି। ଗରିବଙ୍କ ଲାଗି ୧୧୪ ଦିନରେ ଘର ତିଆରି କରିବା,ସିଙ୍ଗଲ ବ୍ରାଣ୍ଡ ରିଟେଲରେ ଏଫଡ଼ିଆଇ ସୀମା ବୃଦ୍ଧି, ୧ ଲକ୍ଷ କିମି ସଡ଼କର ଉନ୍ନତିକରଣ, ବେସାମରିକ ବିମାନ ଚଳାଚଳ ଏବଂ ମେଡିଆରେ ଏଫ୍‌୍‌ଡିଆଇକୁ ମଞ୍ଜୁରୀ ମିଳିବ ବୋଲି ବଜେଟରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଅନ୍ନଦାତାଙ୍କୁ ଉର୍ଜାଦାତା ଭାବେ ଗଢ଼ିତୋଳିବା ତଥା ୧୦ହଜାର କିଷାନ ଉତ୍ପାଦକ କମିଟି ଗଠନ କରାଯିବ। ଦୈନିକ ୧୩୫କିମି ସଡ଼କ ନିର୍ମାଣ ସହ ୨୦୨୪ ସୁଦ୍ଧା ପ୍ରତ୍ୟେକଙ୍କ ଘରେ ଜଳ ପହଞ୍ଚାଇବା ଲାଗି ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଧମକରେ ଚିହିଁକି ଉଠିଲା ଚାଇନା, କହିଲା ଆମ ପାଇଁ ସବୁବେଳେ ହର୍ମୁଜ…

ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

Video: ହର୍ମୁଜକୁ ନେଇ ହେବ ଯୁଦ୍ଧ? ଇରାନ ଜାରି କଲା ୬୦ ସେକେଣ୍ଡର ଭିଡ଼ିଓ, ଆମେରିକାକୁ ଦେଲା ସିଧା ଚେତାବନୀ

ତେହରାନ,୧୩।୪: ଯେଉଁଦିନ ଇରାନ-ଆମେରିକା ମଧ୍ୟସ୍ଥତା ନେତୃତ୍ୱାଧୀନ ଶାନ୍ତି ଆଲୋଚନା ଭାଙ୍ଗି ଯାଇଥିଲା, ସେହି ଦିନ ଇରାନ ଏକ ଭିଡିଓ ଫୁଟେଜ ଜାରି କରିଥିଲା। ଏହା ଦୁଇ ଦେଶ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

ପଶ୍ଚିମବଙ୍ଗ ଏସ୍‌ଆଇଆର୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୧୩ା୪(ପି.ଟି.): ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ବିରୋଧ କରି ଦାଏର ଅନେକ ପିଟିଶନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri