ଇସ୍‌…କି…ସ୍ମାର୍ଟ ସିଟି

ଭୁବନେଶ୍ୱର, ୫|୯ (ବ୍ୟୁରୋ) – ଶନିବାର ସ୍ବାୟତ୍ତଶାସନ ଦିବସ ପାଳନ କରିଛି ବିଏମ୍‌ସି। ଭୁବନେଶ୍ୱରକୁ ସ୍ବଚ୍ଛ, ସୁନ୍ଦର ଓ ସବୁଜିମାଭରା ସହର କରିବା ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଇଛନ୍ତି। ହେଲେ ବାସ୍ତବତା କ’ଣ ସହରର ରାସ୍ତାପାର୍ଶ୍ୱରୁ ବାରିହୋଇପଡୁଛି। କେଉଁଠି ରାସ୍ତା ମଝିରେ ଡଷ୍ଟବିନ୍‌ ପଡ଼ିଛି ତ କେଉଁଠି ମାସ ମାସ ଧରି ଡ୍ରେନରୁ ପଙ୍କ ଓ ପାଣି ଉଚ୍ଛୁଳି ରାସ୍ତାରେ ମାଡୁଛି। ପରିବେଶ ପ୍ରଦୂଷଣ ସହ ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ସ୍ମାର୍ଟସିଟିବାସୀ ନାକଟେକୁଥିବାବେଳେ ସହରକୁ ବାହାରୁ ଆସୁଥିଲେ ଲୋକେ ଓ ପର୍ଯ୍ୟଟକମାନେ ଭିନ୍ନ ଭାବନା ନେଇ ଫେରୁଛନ୍ତି। ହେଲେ ବିଏମ୍‌ସିର ଅଧିକାରୀମାନେ ଏନେଇ ଅବଗତ ନ ଥିବା ବାରମ୍ବାର କହି ଅଣଦେଖା କରୁଛନ୍ତି। ରସୁଲଗଡ଼ ଛକଠାରୁ ମାତ୍ର ୨୫୦ ମିଟର ଦୂର କଟକରୋଡ୍‌ର ଶିଳ୍ପାଞ୍ଚଳ ପ୍ରବେଶ ପଥ ନିକଟରେ ରାସ୍ତା କଡ଼ରେ ମାସମାସ ଧରି ଡ୍ରେନର ପଚା ପାଣି ଓ ଆବର୍ଜନା ଜମି ରହିବା ସହ ରାସ୍ତାରେ ଶିଉଳି ଲାଗିଯାଇଛି। ଏହାପାଖରେ ବ୍ୟବସାୟୀମାନେ ଷ୍ଟଲ୍‌ ଓ ଭ୍ରାମ୍ୟମାଣ ଗାଡ଼ିରେ ଫାଷ୍ଟଫୁଡ୍‌ ସହ ଗୁପ୍‌ଚୁପ୍‌, ଆଇସ୍‌କ୍ରିମ୍‌, ମକା ଆଦି ବିକ୍ରି କରୁଛନ୍ତି। ନିକଟରେ କ୍ୟାବିନ୍‌ରେ ମଧ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି। ବିକଳ୍ପ ନ ଥିବାରୁ ଲୋକେ ଦୁର୍ଗନ୍ଧ ଓ ଆବର୍ଜନାପୂର୍ଣ୍ଣ ପରିବେଶରେ ସେଠାରେ ଠିଆ ହୋଇ ଖାଉଥିବାବେଳେ ଆଉ କିଏ ଅସନ୍ତୋଷ ପ୍ରକାଶ କରି ଫେରିଯାଉଛନ୍ତି। ନିକଟରେ ଏସ୍‌ପ୍ଲାନେଡ୍‌ ମଲ ସହ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ୍‌ ଆଦି ରହିଛି। ମୁଖ୍ୟ ରାସ୍ତା ହୋଇଥିବାରୁ ସେହିବାଟଦେଇ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଯିବାଆସିବା କରୁଛନ୍ତି। ଏପରି ଅବସ୍ଥା ଦେଖି ସେମାନେ ସ୍ମାର୍ଟସିଟିକୁ କଟାକ୍ଷ କରୁଛନ୍ତି। ୧୫ଦିନ ତଳେ ଏ ସଂକ୍ରାନ୍ତରେ ବିଏମ୍‌ସିର ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲ୍ଲିକଙ୍କୁ ଅବଗତ କରାଯିବା ସହ ‘ଧରିତ୍ରୀ’ରେ ସଚିତ୍ର ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏନେଇ ଅବଗତ ନ ଥିବା ତୁରନ୍ତ ଦାୟିତ୍ୱରେ ଥିବା ଠିକା ସଂସ୍ଥାକୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ମଲ୍ଲିକ କହିଥିଲେ। ହେଲେ ଏଯାବତ୍‌ ଏହାର ସମାଧାନ ହୋଇପାରିନାହିଁ। ଓ୍ବାର୍ଡ ନଂ. ୩୧ରେ ରହିଥିବା ଉକ୍ତ ସ୍ଥାନଟିର ସଫେଇ ଦାୟିତ୍ୱ ଠିକା ସଂସ୍ଥା ଜାଗୃତି ନେଇଛି। ଏହାର ଅଧିକାରୀ ବନ୍ଦିତା ଆଚାର୍ଯ୍ୟ କୁହନ୍ତି, ଡ୍ରେନେଜ୍‌ ବିଭାଗ ଡ୍ରେନ୍‌ ମରାମତି କରୁନି। ଲୋକେ ଆମକୁ ଦୋଷ ଦେଉଛନ୍ତି। ଏନେଇ ଡ୍ରେନେଜ ବିଭାଗ ସହ ଯୋଗାଯୋଗ ହୋଇପାରି ନ ଥିବାବେଳେ କିପରି ଏହି ସମସ୍ୟା ଦୂର ହେବ ତାହା ବିଏମ୍‌ସିର ଦାୟିତ୍ୱ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri