Categories: ଜାତୀୟ

ଇସ୍‌ଲାମାବାଦରେ ଭାରତୀୟ ଉଚ୍ଚାୟୁକ୍ତର ଦୁଇ ଅଧିକାରୀ ନିଖୋଜ

ନୂଆଦିଲ୍ଲୀ,୧୫।୬: ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦରେ ୨ ଭାରତୀୟ ଅଧିକାରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ଅନୁଯାୟୀ, ପାକିସ୍ତାନରେ ଭାରତୀୟ ଉଚ୍ଚାୟୁକ୍ତର ୨ ଅଧିକାରୀ ସୋମବାର ନିଖୋଜ ହୋଇଯିବା ପରେ ଏବେ ତାଙ୍କୁ ଖୋଜିବା କାମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ପାକିସ୍ତାନ ସରକାରଙ୍କୁ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ପାକିସ୍ତାନର ଉଚ୍ଚାୟୁକ୍ତରେ କାମ କରୁଥିବା ୨ ଅଧିକାରୀଙ୍କୁ ଗୁପ୍ତଚର ଅଭିଯୋଗରେ ଭାରତରେ ଅଟକ ରଖାଯାଇଥିଲା। ଏହାପରେ ହିଁ ଭାରତ-ପାକିସ୍ତାନ ମଧ୍ୟରେ ପୁଣିଥରେ ତୁତୁମେମେ ଆରମ୍ଭ ହୋଇ ଯାଇଥିଲା।

Share