Categories: ଜାତୀୟ

ଇସ୍ରୋ ଅଧ୍ୟକ୍ଷ ଶିବନଙ୍କୁ ମିଳିଲା କଲାମ ପୁରସ୍କାର

ଚେନ୍ନାଇ,୨୨।୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଡ. କେ ଶିବନଙ୍କୁ ଡ.ଏପିଜେ ଅବଦୁଲ କଲାମ ପୁରସ୍କାର ମିଳିଛି। ତାମିଲନାଡୁ ସରକାରଙ୍କ ଦ୍ୱାରା ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଶିବନଙ୍କ ଅବଦାନକୁ ଦେଖି ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଗତ ସାଧୀନତା ଦିବସ ଅବସରରେ ତାଙ୍କୁ ଏହି ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା। ହେଲେ କୌଣସି କାରଣ ବଶତଃ ଏହା ସମ୍ଭବ ନ ହେବାରୁ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିବେ ବୋଲି ସରକାର କହିଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ସଚିବାଳୟରେ ଡ. ଶିବନଙ୍କୁ ପୁରସ୍କାର ସ୍ବରୂପ ଏକ ସ୍ବର୍ଣ୍ଣ ପଦକ, ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରିଛନ୍ତି।

Share