ଇସ୍ରାଏଲ୍‌ ନିର୍ବାଚନରେ ମୋଦି ପୋଷ୍ଟର

ତେଲ୍‌ ଆଭିଭ୍‌,୨୯ା୭(ପି.ଟି.): ସେପ୍ଟେମ୍ବର ୧୭ରେ ଇସ୍ରାଏଲ୍‌ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଲିକୁଡ୍‌ ପାର୍ଟି ତେଲ୍‌ ଆଭିଭ୍‌ର ବିଭିନ୍ନ ସ୍ଥାନରେ ଲଗାଇଥିବା ବ୍ୟାନର ଓ ପୋଷ୍ଟରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଫଟୋ ସ୍ଥାନ ପାଇଛି। ଏହାବ୍ୟତୀତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କ ଫଟୋ ମଧ୍ୟ ବେଞ୍ଜାମିନ୍‌ଙ୍କ ସହ ଦେଖିବାକୁ ମିଳିଛି। ବେଞ୍ଜାମିନ କଡ଼ା ମୁକାବିଲାର ସମ୍ମୁଖୀନ ହେବା ଜନମତ ସର୍ଭେରୁ ଜଣାପଡିଥିବାବେଳେ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ମୋଦିଙ୍କ ଲୋକପ୍ରିୟତାକୁ ସାହାରା ନେଇଥିବା କୁହାଯାଉଛି।

Share