ଇସ୍ରାଏଲ୍‌ରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତଙ୍କ ସନ୍ଦେହ ଜନକ ମୃତ୍ୟୁ

ଜେରୁଜେଲମ୍‌,୧୭।୫: ଇସ୍ରାଏଲ୍‌ରେ ଅବସ୍ଥାପିତ ଥିବା ଚାଇନା ରାଷ୍ଟ୍ରଦୂତ ଡୁ ଓ୍ବେଇଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ବାସଭବନରେ ତାଙ୍କ ମୃତଦେହ ପଡ଼ି ରହିଥିବା କୁହାଯାଉଛି। ୫୮ ବର୍ଷ ବୟସ୍କ ଡୁ ଓ୍ବେଇଙ୍କୁ ଫେବୃୟାରୀରେ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ଭାବେ ଚାଇନା ସରକାର ନିଯୁକ୍ତ କରିଥିଲେ। ଏହା ପୂର୍ବରୁ ସେ ୟୁକ୍ରେନ୍‌ରେ ଅବସ୍ଥାପିତ ଥିଲେ। କରୋନା ସମ୍ପର୍କିତ ତଥ୍ୟ ଚାଇନା ଲୁଚାଇଥିବା ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଅଭିଯୋଗ କରିଥିଲେ। ଏହାକୁ ଡୁ ଓ୍ବେଇ ଦୃଢ଼ ନିନ୍ଦା କରିଥିଲେ। ଏହାର ଦୁଇ ଦିନ ପରେ ବେଇଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Share