Categories: ଜାତୀୟ

ଇସ୍କନରେ ହେଲା ରଥଯାତ୍ରା

କୋଲକାତା,୨୩।୬: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସାରା ବିଶ୍ୱରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହା ଫିକା ପଡିଯାଇଛି। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ନାନା କଟକଣା ମଧ୍ୟରେ ରଥଯାତ୍ରା ପାଳନ କରାଯାଉଥିବା ବେଳେ ପଶ୍ଚିମବଙ୍ଗ କୋଲକତାରେ ଥିବା ଇଣ୍ଟରନ୍ୟାଶନାଲ ସୋସାଇଟି ଫର୍‌ କ୍ରିଷ୍ଣା କନସିୟସନେସ(ଇସ୍କନ) ପକ୍ଷରୁ ରଥଯାତ୍ରା ପାଳନ କରାଯାଇଛି। ମନ୍ଦିର ପରିସରରେ ଏହା ପାଳନ କରାଯାଇଥିବା ବେଳେ କରୋନା ମହାମାରୀକୁ ନେଇ ଥିବା ସମସ୍ତ କଟକଣାକୁ ମଧ୍ୟ ପାଳନ କରାଯାଇଛି। କେବଳ ମନ୍ଦିରରେ ଥିବା କୃଷ୍ଣ ଭକ୍ତମାନେ ଏଥିରେ ସାମିଲ ହୋଇଛନ୍ତି। ଏହାସହ ସେମାନେ ମୁହଁରେ ମାସ୍କ ବାନ୍ଧିବା ସହ ଯେତେ ସମ୍ଭବ ସାମାଜିକ ଦୂରତା ମଧ୍ୟ ରକ୍ଷା କରିଛନ୍ତି।

Share