ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଲା ଶ୍ରୀଲଙ୍କା ଆର୍ମି: ୧୫ ସନ୍ଦିଗ୍ଧଙ୍କ ଏନ୍‌କାଉଣ୍ଟର

କଲମ୍ବୋ,୨୭।୪: ଶ୍ରୀଲଙ୍କା ଆର୍ମି ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କାର ପୂର୍ବପ୍ରାନ୍ତରେ ଥିବା ସମ୍ମନତୁରଇଠାରେ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କେତେକ ସନ୍ଦିଗ୍ଧଙ୍କ ସହିତ ମୁହାଁମୁହିଁ ଶ୍ରୀଲଙ୍କା ଆର୍ମି ଶୁକ୍ରବାର ରାତିରେ ହୋଇଥିଲା । ଏଥିରେ ୧୫ ଜଣ ସନ୍ଦିଗ୍ଧଙ୍କର ଏନ୍‌କାଉଣ୍ଟର ହୋଇଥିବା କୁହାଯାଉଛି। ଏନ୍‌କାଉଣ୍ଟର ସମୟରେ ଜଣେ ସନ୍ଦିଗ୍ଧ ଆତ୍ମଘାତୀ ବିସ୍ଫୋରଣ କରିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଦିଗ୍ଧଙ୍କଠାରୁ୍ବ ବିସ୍ଫୋରଣ ସାମଗ୍ରୀ, ଗୋଟିଏ ଡ୍ରୋନ୍‌ ଏବଂ ଇସଲାମିକ୍‌ ଷ୍ଟେଟ୍‌ର ବ୍ୟାନର ଜବତ ହୋଇଛି। ଇତିମଧ୍ୟରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ୭୫ ଜଣ ଲୋକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।

Share