ଇଶାନ-ଜାହ୍ନବୀଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ବାପା ବୋନି କପୁର

ମୁମ୍ବାଇ: ବି ଟାଉନରେ ଲଭ୍‌ବାର୍ଡ ଜାହ୍ନବୀ କପୁର ଓ ଇଶାନ ଖଟ୍ଟରଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଫିଲ୍ମ ‘ଧଡକ’ରୁ ଜାହ୍ନବୀ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ସେ ଇଶାନଙ୍କ ସହ ଏକାଠି ସ୍କ୍ରିନ ଶୟାର କରିଥିଲେ। ସେବେଠାରୁ ଦୁହିଁଙ୍କୁ ନେଇ ଏଭଳି ଚର୍ଚ୍ଚା ଲାଗି ରହିଛି। ଉଭୟ ପରସ୍ପରଙ୍କୁ ଡେଟ୍‌ କରୁଥିବା ବେଳେ ଦୁହିଁଙ୍କ ସମ୍ପର୍କକୁ ନେଇ ଉଠୁଥିବା ଗୁଜବକୁ ଉଭୟ ଖଣ୍ଡନ କରିଛନ୍ତି। ସେହିପରି ଦୁଇଜଣଙ୍କ ସମ୍ପର୍କକୁ ନେଇ ଏବେ ଜାହ୍ନବୀଙ୍କ ବାପା ବୋନି କପୁର ପ୍ରତିକ୍ରିୟା ରଖିଛନ୍ତି। ସେ ମଧ୍ୟ ଜାହ୍ନବୀ ଓ ଇଶାନଙ୍କ ସମ୍ପର୍କକୁ ଖଣ୍ଡନ କରି କହିଛନ୍ତି, ଦୁହେଁ ଏକାସାଙ୍ଗରେ ଫିଲ୍ମରେ କାମ କରିଥିବା ବେଳେ ଦୁଇଜଣ ଭଲ ବନ୍ଧୁ। ଝିଅ ଜାହ୍ନବୀଙ୍କୁ ସେ ସମ୍ମାନ କରୁଥିବା ବେଳେ ଇଶାନଙ୍କ ସହ ତାଙ୍କର ବନ୍ଧୁତ୍ୱକୁ ମଧ୍ୟ ସେ ସମ୍ମାନ କରନ୍ତି ବୋଲି ବୋନି କପୁର କହିଛନ୍ତି।

Share