ଇରାନ ଭୂକମ୍ପ: ୫ ମୃତ, ୧୨୦ ଆହତ

ତେହେରାନ,୮।୧୧: ଉତ୍ତର ପଶ୍ଚିମ ଇରାନରେ ଗୁରୁବାର ବିଳମ୍ବିତ ରାତିରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୯। ଏହି ଭୂକମ୍ପରେ ବହୁ ପରିମାଣର କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ଏବେ ସୁଦ୍ଧା ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ ଆହତ ହୋଇଥିବା ସୂଚନା ମିଳିଛି। ଇରାନର ଅଜରବେଜାନ ଅଞ୍ଚଳରେ ଏହା ରାତି ପ୍ରାୟ ୨ଟା ୨୦ରେ ଅନୁଭୂତ ହୋଇଥିଲା। ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ୨୦୦୩ରେ ଏଠାରେ ସବୁଠାରୁ ବଡ ଧରଣର ଭୂକମ୍ପ ହୋଇଥିଲା ଯେଉଁଥିରେ ପାଖାପାଖି ୨୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

Share