ଇରାନ୍‌ ଉପରେ ଆମେରିକାର ସାଇବର ଆଟାକ୍‌: କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ କମ୍ପ୍ୟୁଟର ଅକାମୀ

ଓ୍ବାଶିଂଟନ,୨୩।୬: ଆମେରିକା ଇରାନ୍‌ ଉପରେ ସାଇବର ଆଟାକ୍‌ କରିଥିବା କୁହାଯାଉଛି। ଏହାଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ ହେଉଥିବା କମ୍ପ୍ୟୁଟର ଅକାମୀ ହୋଇପଡ଼ିଛି। ଏହା ସହିତ ଇରାନ୍‌ର ଗୁପ୍ତଚର ସଂସ୍ଥା ଉପରେ ମଧ୍ୟ ଆମେରିକା ସାଇବର ଆଟାକ୍‌ କରିଥିବା କୁହାଯାଉଛି। ତେବେ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସାଇବର ଆଟାକ୍‌ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇନାହିଁ। କେବଳ ଏହି ଖବର ଆମେରିକା ଖବର କାଗଜ ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶ ପାଇଛି।

Share