ଇରାନର ଉପସ୍ବାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ

ତେହେରାନ୍‌,୨୬।୨: ଚାଇନାର କରୋନା ଭାଇରସ୍‌ ଏବେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। ଏହା କବଳରୁ ଇରାନ ମଧ୍ୟ ବର୍ତ୍ତି ପାରିନାହିଁ। ଏପର୍ଯ୍ୟନ୍ତ ଇରାନରେ ଏହି ରୋଗରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମଣଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି। ଏବେ ପୁଣି ଆଉ ଗୋଟିଏ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଉକ୍ତ ଦେଶର ଉପସ୍ବାସ୍ଥ୍ୟମନ୍ତ୍ରୀ ଇରାଜ ହରିଚି କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ତାଙ୍କ ରକ୍ତ ନମୁନାରେ କରୋନା ପଜିଟିଭ୍‌ ଆସିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅଲିରଜା ୱହାବଜାହେଦ ମଧ୍ୟ ଟୁଇଟ କରି ସମସ୍ତଙ୍କୁ ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ଇରାନରେ ଯଥେଷ୍ଟ ପରିମାଣରେ ମେଡିକାଲ ସୁବିଧା ନାହିଁ। ଏଥିସହ ଭଲ ହସ୍ପିଟାଲ ଓ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ମଧ୍ୟ ନାହିଁ, ଯେଉଁଥିପାଇଁ ସହରରେ କରୋନା ବ୍ୟାପୁଥିବା କୁହାଯାଉଛି।

Share