ଇରାନରେ ୧୭ ସିଆଇଏ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ତେହେରାନ୍‌,୨୨।୭: ଇରାନରେ ଆମେରିକାର ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ଏଜେନ୍ସି(ସିଆଇଏ)ର ୧୭ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ଏନେଇ ଇରାନ ଗଣମାଧ୍ୟମ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୩ ମାସର ବିଚାର ପରେ ଏହି ଦଣ୍ଡାଦେଶ କରାଯାଇଥିବା କୁହାଯାଉଛି। ତିନି ଦିନ ତଳେ ବ୍ରିଟେନ୍‌ର ତୈଳ ଟ୍ୟାଙ୍କରକୁ ଇରାନ ଅଟକ ରଖିଥିଲା। ଏବେ ସିଆଇଏ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯିବା ଘଟଣା ପରେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share