Categories: ଜାତୀୟ

ଇରାନରେ ଫସିଥିବା ଭାରତୀୟଙ୍କୁ ମୁକୁଳାଇବାକୁ କଥା ଦେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୪।୮: ଇରାନରେ ଫସି ରହିଥିବା ଭାରତୀୟଙ୍କୁ ଶୀଘ୍ର ମୁକୁଳାଇବାକୁ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ଶନିବାର ସେ ଟୁଇଟ୍‌ କରି ଏହା ଜଣାଇଛନ୍ତି। ଷ୍ଟେନା ଇମ୍ପୋରୋ ନାମକ ଜାହାଜରେ ଚାଳକ ଦଳଙ୍କ ମଧ୍ୟରେ ଥିବା ୧୮ ଭାରତୀୟଙ୍କୁ ତୁରନ୍ତ ମୁକୁଳାଇବା ପାଇଁ ଭାରତ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ତେହେରାନରେ ଥିବା ଭାରତୀୟ ଦୂତାବାସର ଅଧିକାରୀମାନେ ଏହି ଭାରତୀୟଙ୍କ ସହ ଯୋଗାଯୋଗ କରିଥିବା ଜୟଶଙ୍କର କହିଛନ୍ତି। ଏବେ ସେମାନେ ଭଲ ଅଛନ୍ତି ଓ ସେମାନଙ୍କ ନିକଟରେ ସମସ୍ତ ଅତ୍ୟାବଶକୀୟ ଜିନିଷ ଥିବା ସେ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଭାରତ ଲଗାତାର ଇରାନ ପ୍ରଶାସନ ସହ କଥା ହେଉଥିବା ଜୟଶଙ୍କର କହିଛନ୍ତି।

Share