Categories: ଜାତୀୟ

ଇରାନରୁ ୨୩୩ ଭାରତୀୟଙ୍କୁ ନେଇ ଗୁଜରାଟ ପହଞ୍ଚିଲା ଆଇଏନ୍‌ଏସ୍‌ ଶାର୍ଦ୍ଦୁଳ

ପୋରବନ୍ଦର,୧୧।୬: ଭାରତୀୟ ନୌସେନା ଜାହାଜ ଶାର୍ଦ୍ଦୁଳ ୨୩୩ ଭାରତୀୟଙ୍କୁ ଇରାନର ବନ୍ଦର ଆବାସରୁ ଆଣି ଗୁରୁବାର ଗୁଜରାଟର ପୋରବନ୍ଦରରେ ପହଞ୍ଚିଛି। ବନ୍ଦେ ଭାରତ ମିଶନର ‘ଅପରେଶନ ସମୁଦ୍ର ସେତୁ’ ଜରିଆରେ ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ସୂଚନାଯୋଗ୍ୟ, କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ବହୁ ଭାରତୀୟ ବିଦେଶରେ ଫସି ରହିଥିଲେ। ସରକାରଙ୍କ ସହଯୋଗ କ୍ରମେ ଧୀରେ ଧୀରେ ଏମାନଙ୍କୁ ଭାରତ ଫେରାଇ ଅଣାଯାଉଛି। ଏମାନଙ୍କୁ ଆଣିବା ସମୟରେ ସମାଜିକ ଦୂରତାଠାରୁ ଆରମ୍ଭ କରି କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ନେଇ ଥିବା ସମସ୍ତ ନିୟମ ପାଳନ କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭାରତୀୟ ନୌସେନା ପକ୍ଷରୁ ଅପରେଶନ ସମୁଦ୍ର ସେତୁ ମେ’ ୮ରେ ଆରମ୍ଭ କରାଯାଇଥିଲା।

Share