ଇରାକ୍‌ର ବୋମାମାଡ଼: ୨ ଆଇଏସ୍‌ ଆତଙ୍କବାଦୀ ନିହତ

ବାଗଦାଦ୍‌,୧୭।୮: ଇରାକ୍‌ର ବୋମାମାଡ଼ରେ ୨ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ପୂର୍ବ ଦିୟାଲ ପ୍ରଦେଶରେ ହୋଇଥିବା ଆତଙ୍କବାଦୀ ବିରୋଧୀ ଅପରେଶନ୍‌ରେ ଏହି ସଫଳତା ମିଳିଥିବା କୁହାଯାଉଛି। ଏହା ସହିତ ଆଇଏସ୍‌କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ବିରୋଧୀ ଅପରେଶନ୍‌ ଜାରି ରହିଥିବା ସୁରକ୍ଷା ସମିତି ମୁଖ୍ୟ ସାଦିକ୍‌ ଅଲ୍‌ ହୁସେନ୍‌ ସୂଚନା ଦେଇଛନ୍ତି।

Share