Categories: ଖେଳ

ଇମ୍ରାନ ଖାନ୍‌ ଆତଙ୍କବାଦୀଙ୍କ ରୋଲ୍‌ ମଡେଲ୍‌: ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧।୧୦: ଭାରତର ପୂର୍ବତନ ଖେଳାଳି ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଆତଙ୍କବାଦୀଙ୍କ ରୋଲ୍‌ ମଡେଲ୍‌ ବୋଲି କହିଛନ୍ତି। ଗମ୍ଭୀର ଇମ୍ରାନଙ୍କ ବିରୋଧରେ ଟୁଇଟ କରି କହିଛନ୍ତି, ସାଧାରଣତଃ ଜଣେ ଖେଳାଳିଙ୍କ ଭଲ ବ୍ୟବହାର, ନୈତିକତା ଏବଂ ଚରିତ୍ରକୁ ପାଥେୟ କରି ତାଙ୍କୁ ରୋଲ୍‌ ମଡେଲ୍‌ ଭାବେ ନିଆଯାଏ। କିନ୍ତୁ ଜାତିସଂଘରେ ଆମେ ଜଣେ ପୂର୍ବତନ ଖେଳାଳିଙ୍କୁ ଆତଙ୍କବାଦୀଙ୍କ ରୋଲ୍‌ ମଡେଲ୍‌ ଭାବେ ଦେଖିଛୁ। ତେଣୁ ତାଙ୍କୁ ଖେଳ ସମୁଦାୟରୁ ବାହାର କରିଦିଆଯିବା ଉଚିତ୍‌ ବୋଲି ଗମ୍ଭୀର କହିଛନ୍ତି। ସୂଚନାଯୋଗ୍ୟ, ଇମ୍ରାନ ଜାତିସଂଘରେ କହିଥିଲେ, ଭାରତ ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର କରି ଜାତିସଂଘ ସୁରକ୍ଷା ପରିଷଦର ୧୧ ସଂକଳ୍ପନାମା, ଶିମଲା ରାଜିନାମା ଓ ନିଜ ସମ୍ବିଧାନକୁ ଉଲ୍ଲଂଘନ କରିଛି। ଏହାକୁ ନେଇ ଆଣବିକ ଅସ୍ତ୍ରସମ୍ପନ୍ନ ଦୁଇ ପଡ଼ୋଶୀ ମୁହାଁମୁହିଁ ହେଲେ ପରିଣାମ ଭୟାବହ ହେବ।

Share