Categories: ଖେଳ

ଇମ୍ରାନ ଖାନ୍‌ଙ୍କ ସହ କୋହଲିଙ୍କୁ ତୁଳନା କଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୪।୧୨: ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ସୋଏବ ଅଖତର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିଛନ୍ତି। ରାଉଲପିଣ୍ଡି ଏକ୍ସପ୍ରେସ୍‌ ନାମରେ ପ୍ରସିଦ୍ଧ ସୋଏବ କହିଛନ୍ତି, ବିରାଟ କୋହଲି ନିଜ ଫିଟ୍‌ନେସ୍‌ଙ୍କୁ ନେଇ ବେଶ୍‌ ସଚେତନ। ତାଙ୍କୁ ଭାରତୀୟ ଦଳ ଅନୁକରଣ କରୁଛି। ଯଦି ଅଧିନାୟକ କଡା ଟ୍ରେନିଂ, ଫିଟ୍‌ନେସ୍‌ ଉପରେ ଧ୍ୟାନ ଏବଂ ରନ୍‌ ସ୍କୋର କରନ୍ତି ତେବେ ଦଳ ତାଙ୍କୁ ଅନୁକରଣ କରିବା ସ୍ବାଭାବିକ। ଅଧିନାୟକ ଦଳର ଏକ ଶକ୍ତିଶାଳୀ ଚରିତ୍ର। ଇମ୍ରାନ ଖାନ୍‌ ପାକିସ୍ତାନର ଅଧିନାୟକ ଥିବାବେଳେ ତାଙ୍କୁ ଦଳ ସେମିତି ଅନୁକରଣ କରୁଥିଲା ବୋଲି ଅଖତର କହିଛନ୍ତି। ଭାରତ ଅନ୍ତର୍ଜାତୀୟ କ୍ରିକେଟରେ ଯେଉଁଭଳି ପ୍ରଦର୍ଶନ କରୁଛି ତାକୁ ପାକିସ୍ତାନ ଦଳ ଶିଖିବା ଉଚିତ୍‌ ବୋଲି ସେ କହିଛନ୍ତି।

Share