ଇମ୍ରାନ୍‌ଙ୍କ ତୃତୀୟ ସ୍ତ୍ରୀ ବୁଶାରାଙ୍କ ପ୍ରତିବିମ୍ବ ଦର୍ପଣରେ ହେଉନି ପ୍ରତିଫଳିତ: ପାକିସ୍ତାନ ମିଡ଼ିଆରେ ଚର୍ଚ୍ଚା

ଇସଲାମାବାଦ୍‌,୨୯।୯: ପାକିସ୍ତାନରେ ଏବେ ଏକ ଅନ୍ଧବିଶ୍ୱାସକୁ ନେଇ ଚର୍ଚ୍ଚା ଜାରି ରହିଛି। ପାକିସ୍ତାନ ମିଡ଼ିଆ ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ତୃତୀୟ ସ୍ତ୍ରୀ ବୁଶାରା ବିବିଙ୍କ ପ୍ରତିବିମ୍ବ ଦର୍ପଣରେ ପ୍ରତିଫଳିତ ହେଉନାହିଁ। ଏହାକୁ ନେଇ ସ୍ଥାନୀୟ କ୍ୟାପିଟଲ ଟିଭି ପକ୍ଷରୁ ଦାବି କରାଯାଇଛି। ଇମ୍ରାନ୍‌ ଶାସନ ଡୋର ସମ୍ଭାଳିବାର ୬ ମାସ ପରେ ବୁଶାରାଙ୍କୁ ବିକାହ କରିଥିଲେ। ବୁଶାରା ଆଧ୍ୟାତ୍ମିକତାରେ ଅଧିକ ବିଶ୍ୱାସ କରନ୍ତି। ତେବେ ଏଭଳି ଗୁଜବକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି।

Share