Categories: ଜାତୀୟ

ଇମ୍ରାନଙ୍କ ଚିଠିର ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତର ରଖିଛନ୍ତି। ଦୁଇ ଦେଶ ମଧ୍ୟରେ ଅନୁକୂଳ ବାତାବରଣ କଥା ଇମ୍ରାନ ଚାହୁଁଥିବା ବେଳେ ଆତଙ୍କବାଦକୁ ଛାଡିଲେ ଏହା ସମ୍ଭବ ହେବ ବୋଲି ମୋଦି କହିଛନ୍ତି। ପାକିସ୍ତାନ ସବୁବେଳେ ଉଭୟ ଦେଶ ମଧ୍ୟରେ କଥା ହେବାକୁ ଚାହୁଁଛି ସତ। ହେଲେ ଭାରତ ସିଧାସଳଖ ଜଣାଇ ଦେଇଛି କି ଆତଙ୍କବାଦ ବିରୋଧରେ ଯେପର୍ଯ୍ୟନ୍ତ ପାକିସ୍ତାନ କିଛି ପଦକ୍ଷେପ ନେଇ ନାହିଁ ସେ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ କଥା ହେବା ସମ୍ଭବ ନୁହେଁ।

Share