ଇମ୍ରାନଙ୍କଠାରୁ ଭଲ ଥିଲା ପାକିସ୍ତାନର ଲୁଟ୍‌ କରୁଥିବା ସରକାର

ଇସ୍‌ଲାମାବାଦ,୩।୯: ପାକିସ୍ତାନ ଜନତା ଏବେ ମହଙ୍ଗା ମାଡକୁ ନେଇ ଚେପା ହୋଇ ଗଲେଣି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଉଦ୍ୟୋଗପତି ସଭିଏଁ ପାକିସ୍ତାନର ମହଙ୍ଗା ବଜାରକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି। ଏହି ସମୟରେ ସେମାନେ କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଅପେକ୍ଷା ଲୁଟ୍‌ କରୁଥିବା ପାକିସ୍ତାନ ମୁସଲିମ୍‌ ଲିଗ୍‌(ଏନ୍‌) ସରକାର ଭଲ ଥିଲା। ନୂଆ ପାକିସ୍ତାନ ଗଠନ କରିବା ନାଁରେ ଏବେ ପାକିସ୍ତାନକୁ କାଙ୍ଗାଳ କରି ସମୁଦ୍ରରେ ବୁଡାଇ ସାରିଲେଣି ଇମ୍ରାନ୍‌। ପାକିସ୍ତାନର ମୁସଲିମ ଲିଗ୍‌(ଏନ୍‌)ର ବରିଷ୍ଠ ନେତା ଅହସନ ଇକବାଲ ଏହା କହିଛନ୍ତି। ନିକଟରେ ଏକ ଟେଲିଭିଜନ ଶୋ’ କ୍ୟାପିଟାଲ୍‌ ଟକ୍‌ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି।

Share