Categories: ଜାତୀୟ

ଇବୋବି ସିଂଙ୍କୁ ସିବିଆଇ ନୋଟିସ

ନୂଆଦିଲ୍ଲୀ,୨୪ା୬: ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓକ୍ରାମ୍‌ ଇବୋବି ସିଂଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୋଟିସ କରିଛି। ୩୩୨ କୋଟି ଟଙ୍କାର ଏକ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ତାଙ୍କୁ ଜେରା କରିବ। ଏଥିପାଇଁ ଏକ ଟିମ୍‌ ରାଜଧାନୀ ଇମ୍ଫାଲରେ ପହଞ୍ଚତ୍ଛନ୍ତି। ଇବୋବି ସିଂ ମଣିପୁର ଡେଭେଲପ୍‌ମେଣ୍ଟ ସୋସାଇଟି (ଏମ୍‌ଡିଏସ୍‌) ଅଧ୍ୟକ୍ଷ ଥିବାବେଳେ ୨୦୦୯ରୁ ୨୦୧୭ ମଧ୍ୟରେ ୩୩୨ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ଗତବର୍ଷ ନଭେମ୍ବର ୨୦ରେ ଭାଜପା ନେତୃତ୍ୱାଧୀନ ମଣିପୁରର ଏନ୍‌. ବୀରେନ ସିଂ ସରକାରଙ୍କ ଅନୁରୋଧ ତଥା କେନ୍ଦ୍ରର ଅନୁମତି କ୍ରମେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ହାତକୁ ନେଇଥିଲା।

Share