ଇନ୍‌ଷ୍ଟା ପୋଷ୍ଟ ଲାଗି ଟ୍ରୋଲ୍‌ ହେଉଛନ୍ତି ସାରା

ବମ୍ବେ: ଟ୍ରୋଲ ହେଉଛନ୍ତି ସୈଫ ଲଳନା ସାରା। ସେ ବି ଏକ ଇନ୍‌ଷ୍ଟା ପୋଷ୍ଟକୁ ନେଇ। ପରିସ୍ଥିତି ଏଭଳି ହୋଇଛି ଯେ ସାରା ବାଧ୍ୟ ହୋଇ ପୋଷ୍ଟଟିକୁ ଡିଲିଟ୍‌ କରିଛନ୍ତି।

କଥାଟି ଏପରି। ବର୍ତ୍ତମାନ ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡଙ୍କ ହତ୍ୟା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଆମେରିକାରେ ସପ୍ତାହେ ଧରି ହିଂସାତ୍ମକ ପ୍ରତିବାଦ ଜାରି ରହିଛି। ଏହାକୁ ନେଇ ସୋସିଆଲ ମିଡ୍ରାରେ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ସାରା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ‘ଅଲ୍‌ ଲାଇଭ୍‌ସ ମ୍ୟାଟର’ ବାର୍ତ୍ତା ଦେଇ ପୋଷ୍ଟ କରିଥିଲେ। ଏହାକୁ ନେଇ ଟ୍ରୋଲ ହେଉଛନ୍ତି ସେ।

ସାରାଙ୍କ ପୋଷ୍ଟରେ ଭିନ୍ନ ରଙ୍ଗର ହାତ ସହ ହାତୀର ଶୁଣ୍ଢ ରହିଥିଲା। କେରଳରେ ଗର୍ଭିଣୀ ହାତୀକୁ ହତ୍ୟା କରିବା ଘଟଣାକୁ ସେ ପ୍ରତିବାଦ କରିଥିବା ଜଣାପଡ଼ିଥିଲା। ହେଲେ ଏହାକୁ ନେଇ ଟ୍ରୋଲରମାନେ କଟୁ ମନ୍ତବ୍ୟ ଦେଇଥିଲେ। ଏଣୁ ସେ ବାଧ୍ୟ ହୋଇ ପୋଷ୍ଟ କାଟିଥିଲେ। ଏବେ କମାଲ ରଶିଦ ଖାନ୍‌(କେଆର୍‌କେ) ମଧ୍ୟ ସାରାଙ୍କୁ ଟ୍ରୋଲ କରି ଭିଡିଓ ପୋଷ୍ଟ କରିଛନ୍ତି।

Share