ଇନ୍‌ଷ୍ଟାଗ୍ରାମରେ କରୀନା ଶେୟାର କଲେ ବିନା ମେକ୍‌ଅପ୍‌ ଫଟୋ

କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ପୁଅ ତୈମୁରଙ୍କ ସହ ୟୁରୋପର ଟକ୍ସିନ୍‌ରେ ଗ୍ରୀଷ୍ମ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଫଟୋରେ କରୀନା ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଏକ ବ୍ଲାକ କଲରର ଫ୍ଲୋରାଲ ହଲଟର ଡ୍ରେସ୍‌ ପିନ୍ଧି ବେଶ୍‌ ହଟ୍‌ ଆଉ ସୁନ୍ଦର ଦେଖାଯାଉଛନ୍ତି। ଆଉ ଏକ ଫଟୋରେ ଏକ କଳା ଚଷମା ପିନ୍ଧିଛନ୍ତି।

କରୀନା ବଲିଉଡ୍‌ର ଷ୍ଟାଇଲିସ୍‌ ଅଭିନେତ୍ରୀଙ୍କଠୁ ଜଣେ। ତାଙ୍କର ସବୁ ଫଟୋ ଫ୍ୟାନମାନଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ତାଙ୍କର ମ୍ୟାନେଜର ପୁନମ ଦମାନିୟା ପ୍ରଥମେ ଏହି ଗ୍ରୀଷ୍ମ ଛୁଟିର ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏଥିସହିତ କିଛି ଫଟୋ ଫ୍ୟାନଙ୍କ ପେଜ୍‌ରେ ମଧ୍ୟ ଶେୟାର କରିଛନ୍ତି। ଏହି ଫଟୋରେ କରୀନା, ସୈଫ୍‌ ଏବଂ ତୈମୁର ତିନିଜଣ ଅଛନ୍ତି। ସମସ୍ତେ ଖୁବ୍‌ ସୁନ୍ଦର ଆଉ ଷ୍ଟାଇଲିିସ୍‌ ଦେଖାଯାଉଛନ୍ତି। ଛୋଟନବାବ କରୀନାଙ୍କ କୋଳରେ ସବୁଠୁ ସୁନ୍ଦର ଦେଖାଯାଉଛନ୍ତି।

Share