ଇନ୍ସପେକ୍ଟରସ୍ତରରେ ଅଦଳ ବଦଳ

ବାରିପଦା ଅଫିସ,୪ା୧୧- ଇଷ୍ଟର୍ଣ୍ଣ ରେଞ୍ଜ ପୋଲିସ ଆଇଜି ଦିପ୍ତେଶ ପଟ୍ଟନାୟକ ମଙ୍ଗଳବାର ଇନ୍ସପେକ୍ଟରସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲାର ୧୩ ଜଣ ଇନ୍ସପେକ୍ଟରଙ୍କୁ ଏଥିରେ ଅଦଳ ବଦଳ କରାଯାଇଛି। ରେଞ୍ଜ ପୋଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ବୈଠକରେ ହୋଇଥିବା ନିଷ୍ପତ୍ତି ପରେ ଚିଠି ନଂ.୧୨୭(୩ା୧୨ା୨୦୧୯)ରେ ଏହି ବଦଳି ନିର୍ଦ୍ଦେଶ ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ, ଇନ୍ସପେକ୍ଟର ପର୍ଶୁରାମ ସାହୁଙ୍କୁ ମୟୂରଭଞ୍ଜରୁ ବାଲେଶ୍ୱର, ବିଶ୍ୱରଞ୍ଜନ ରାଉତରାୟଙ୍କୁ ମୟୂରଭଞ୍ଜରୁ ବାଲେଶ୍ୱର, ଚନ୍ଦନ ଘଡେଇଙ୍କୁ ମୟୂରଭଞ୍ଜରୁ ଭଦ୍ରକ ଓ ନବ କିଶୋର ନାୟକଙ୍କୁ ମୟୂରଭଞ୍ଜରୁ ଭଦ୍ରକ ଜିଲାକୁ ବଦଳି କରାଯାଇଛି। ସେହିପରି ଇନ୍ସପେକ୍ଟର ଦୟାନିଧୀ ଦାଶଙ୍କୁ ଭଦ୍ରକରୁ ମୟୂରଭଞ୍ଜ, ଜୀବନ ମୋହନ ନାୟକଙ୍କୁ ଭଦ୍ରକରୁ ମୟୂରଭଞ୍ଜ, ବନ୍ଦନା ଦେବୀଙ୍କୁ ଭଦ୍ରକରୁ ମୟୂରଭଞ୍ଜ ଓ ଜୟନ୍ତ ବେହରାଙ୍କୁ ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ବଦଳି କରାଯାଇଛି। ଇନ୍ସପେକ୍ଟର ମମତାସାହୁଙ୍କୁ ବାଲେଶ୍ୱର ଜିଲାରୁ ଭଦ୍ରକ, ପ୍ରଦୀପ କୁମାର ମାଝୀଙ୍କୁ ବାଲେଶ୍ୱର ଜିଲାରୁ ଭଦ୍ରକ, ତୁଳସୀ ମାଝୀଙ୍କୁ ବାଲେଶ୍ୱର ଜିଲାରୁ ଭଦ୍ରକ , କମଳ ଲୋଚନ ଭୂୟାଁଙ୍କୁ ଭଦ୍ରକ ଜିଲାରୁ ବାଲେଶ୍ୱର,ସରୋଜିନୀ ସିଂଙ୍କୁ ଭଦ୍ରକ ଜିଲାରୁ ବାଲେଶ୍ୱର ବଦଳି କରାଯାଇଛି।