ଇନ୍ଧନ ଭରା ଟ୍ରକ ସହ ୨ ଯାତ୍ରୀବାହୀ ବସ ଧକ୍କା: ୩୦ ମୃତ

ଦମିଶ୍କ,୮।୩: ସିରିଆରେ ଏକ ଇନ୍ଧନ ଭରା ଟ୍ରକ ସହିତ ୨ ଯାତ୍ରୀବାହୀ ବସ ଧକ୍କା ହୋଇଛି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଦମିଶ୍କ-ହାମ୍ସ୍‌ ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ବାସ୍ଥ୍ୟ।ବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଇନ୍ଧନରେ ଭରା ଟ୍ରକଟି ନିୟନ୍ତ୍ରଣ ହରାଇ ବସ ୨ଟିକୁ ଧକ୍କା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାସ୍ଥଳକୁ ସୁରକ୍ଷାକର୍ମୀ ଘେରିଛନ୍ତି। ଏହାର ତଦନ୍ତ ଜାରି ରହିଛି।

Share