ଇନ୍ଦ୍ରାବତୀ ଜଳଭଣ୍ଡାରର ୨ ଗେଟ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଇନ୍ଦ୍ରାବତୀ ସ୍ଥିତ ଦେଓପାଲି ବନ୍ଧର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ଦେଓପାଲି ବନ୍ଧର ୨ ନଂ ଓ ୬ ନଂ ଗେଟ୍‌ ଖୋଲାଯାଇଛି। ୨ ନଂ ଗେଟରେ ୧୮୦ ଘନମିଟର ଓ ୬ ନଂ ଗେଟରେ ୨୪୦ ଘନମିଟର ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ୨୫୪.୯୫ ଘନମିଟର ଜଳ ପ୍ରବେଶ କରୁଛି। ଗେଟ ଖୋଲା ଯିବା ପୂର୍ବରୁ ଜଳଭଣ୍ଡାରର ଜଳପତ୍ତନ ୬୩୯.୮୦ ମିଟର ରହିଥିଲା। ସର୍ବୋଚ୍ଚ ଯନ୍ତ୍ରୀ ଲମ୍ବୋଦର ପ୍ରଧାନଙ୍କ ଉପସ୍ଥିତିରେ ଗେଟ୍‌ ଖୋଲା ଯାଇଥିଲା। ମୁଖ୍ୟନିର୍ମାଣ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ଦାସ, ଏସିସି ଲମ୍ବୋଧର ପୁହାଣ, ପୋଡାଗଡ ବନ୍ଧ ନିର୍ବାହୀ ଯନ୍ତ୍ରୀ ସାମନ୍ତ ଶେଖର ଧଳ, ସହକାରୀ ଯନ୍ତ୍ରୀ ସୋମନାଥ ମହାରଣା, ଇଂ. ନିରାକାର ପାଇକ, ଇଂ. ଶ୍ରୀନିବାସ ପାତ୍ର, ଇଂ. ବାଲାଜୀ ପାତ୍ର, ଇଂ. ବିକ୍ରମ ମହାପାତ୍ର, ଇଂ.ସରୋଜ କାନ୍ତ ଦାସ, ବୈଷ୍ଣବ ସାହୁ, କିଶୋର ପଣ୍ଡା , ମନୋଜ କୁମାର ଉପସ୍ଥିତ ଥିଲେ। ଗେଟ ଖୋଲା ଯିବା ପୂର୍ବରୁ ବସ୍ତର ଜିଲାପାଳ, ନବରଙ୍ଗପୁର ଜିଲାପାଳ, କୋରାପୁଟ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଗେଟ ଖୋଲା ଯିବା ପରେ ସ୍ଥିତିର ସମୀକ୍ଷା ପାଇଁ ଜିଲାପାଳ ଅଜିତ କୁମାର ମିଶ୍ର, ବିଡିଓ ଅକ୍ଷମିତା କାର୍ତ୍ତିକ, ତେନ୍ତୁୁଳିଖୁଣ୍ଟି ତହସିଲଦାର ପ୍ରଦୀପ କରଙ୍କ ସହ ଆଲୋଚନା କରାଯାଇଥିଲା।