ଇନ୍ଦ୍ରଧନୁ ଓ ରଣବୀର

ରଣବୀର ସିଂ ଏବଂ ଇନ୍ଦ୍ରଧନୁ-ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା। ବର୍ତ୍ତମାନ ସେ କପିଳ ଦେବଙ୍କ ବାୟୋପିକ୍‌ ‘ଏଇଟିଥ୍ରୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହାର ଶୁଟିଂ ଚାଲିଥିବା ସମୟରେ ଏକ ମଜାଦାର ଘଟଣା ଘଟିଥିଲା। ଶଟ୍‌ ଦେଉଥିବା ବେଳେ ନିର୍ଦ୍ଦେଶକ କବୀର ସିଂଙ୍କୁ ରଣବୀର ଅଳ୍ପ ସମୟର ବ୍ରେକ୍‌ ପାଇଁ କହିଥିଲେ। ନିର୍ଦ୍ଦେଶକ ମଧ୍ୟ ଅନୁମତି ଦେଇଥିଲେ। ବାସ୍‌, ତା’ପରେ ରଣବୀର ମୋବାଇଲ ଧରି ଆକାଶକୁ ଚାହିଁ ଫଟୋ ଉଠାଇବାକୁ ଲାଗିଲେ। କେବଳ ସେତିକି ନୁହେଁ, ଗ୍ରେ ରଙ୍ଗର ଜ୍ୟାକେଟ ଏବଂ ହ୍ବାଇଟ୍‌ ପ୍ୟାଣ୍ଟ ପିନ୍ଧିଥିବା ରଣବୀର ସେଲ୍‌ଫି ମଧ୍ୟ ନେଇଥିଲେ। ହେଲେ କାହା ସହ ଜାଣନ୍ତି? ଆକାଶରେ ପଡ଼ିଥିବା ଇନ୍ଦ୍ରଧନୁ ସହ। ସେହି ଫଟୋଗୁଡିକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାଙ୍କର ପ୍ରଶଂସକମାନେ ସେଗୁଡିକୁ ବେଶ୍‌ ପ୍ରଶଂସା କରିଛନ୍ତି।

Share