ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ

ଦୁନିଆରେ ଏମିତି ବି ଏକ ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ ଅଛି, ଯେଉଁଠି ଧୂଳିମାଟିର ପ୍ରଶ୍ନ ନାହଁି, ତେବେ ଏହା ଅବିଶ୍ୱସନୀୟ ଲାଗିପାରେ। କିନ୍ତୁ ଏମିତି ବି ଏକ ଗାଁ ଅଛି ଯେଉଁ ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ ସ୍ବଚ୍ଛ, ନିର୍ମଳ ପରିବେଶ ଏବଂ ସୌନ୍ଦର୍ଯ୍ୟ ପାଇଁ ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ନିଆରା ପରିଚୟ ହାସଲ କରିଛି। ସବୁଠୁ ବଡ଼ କଥା ଏହି ଅଦ୍ଭୁତ ଆକର୍ଷଣ ପାଇଁ ଆଜି ଗାଁ ପାଲଟିଛି ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନସ୍ଥଳୀ। ଏ ଗାଁ ଆଜି ସହରକୁ ବି ମାତ୍‌ ଦେବାରେ ସକ୍ଷମ ହୋଇପାରିଛି। ଜାଣିବାକୁ ଆଗ୍ରହୀ ହେବେଣି ଏ ଗାଁ ବିଷୟରେ। କହିରଖୁଛୁ, ଏ ଗାଁ ରହିଛି ଇଣ୍ଡୋନେସିଆରେ। ନଁା ତାହାର କାମ୍ପୁଙ୍ଗ ପେଲଙ୍ଗୀ। ପ୍ରଥମେ ଏହା ଏକ ବସ୍ତି ସଦୃଶ ଥିଲା। କିନ୍ତୁ ଆଜି ଏହା ‘ଇନ୍ଦ୍ରଧନୁର ଗାଁ’ ପାଲଟିଛି। ସାତରଙ୍ଗକୁ ନିଜ ଭିତରେ ସାଇତି ରଖି ଇଣ୍ଡୋନେସିଆର ଏହି ଗାଁ ଆଜି ବିଶ୍ୱସ୍ତରରେ ଇନ୍ଦ୍ରଧନୁର ଗାଁ ନାମରେ ପରିଚିତ। ଗାଁରେ ରହିଛି ୩୯୦ଟି ଘର। ପ୍ରତିଟି ଘରକୁ ବିଭିନ୍ନ ରଙ୍ଗରେ ରଙ୍ଗିନ୍‌ କରାଯାଇଛି। ଗାଁକୁ ଏଭଳି ରୂପ ଦେବାକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି କାମକୁ ସରକାର ଏବଂ କିଛି କମ୍ପାନୀଙ୍କ ସହଯୋଗରେ ପୂର୍ଣ୍ଣ କରାଯାଇଛି। ପ୍ରଥମେ ଏହାକୁ ଇଣ୍ଡୋନେସିଆର ବସ୍ତି ବୋଲି କୁୂହାଯାଉଥିଲା। ଲୋକମାନେ ଏଠାରେ ଭଙ୍ଗାଦଦରା ଘରେ ରହୁଥିଲେ। ଚାରିପାଖ ପରିବେଶ ଅ୍ଯଯନ୍ତ ଅପରିଷ୍କାର ଥିଲା। କିନ୍ତୁ ୫୪ ବର୍ଷୀୟ ସ୍କୁଲ୍‌ ପ୍ରଧାନଶିକ୍ଷକ ସ୍ଲାମେଟ୍‌ ୱିଡୋଡୋ ଗାଁର ରୂପରଙ୍ଗକୁ ସମ୍ପୂର୍ଣ୍ଣ ଭାବେ ପରିର୍ବନ କରିଦେଲେ। ତାଙ୍କ ପ୍ରୟାସ ଏବଂ ଦୃଢ଼ ମନୋବଳ ଯୋଗୁ ଆଜି ଏ ଗାଁ ସମସ୍ତଙ୍କର ପ୍ରିୟ ପାଲଟିଛି।

Share