ଇନ୍ଦ୍ରଦ୍ୟୁମ୍ନକୁ ଅଣଦେଖା : ଆସିଲାଣି ବର୍ଷା, ପୁଣି ଭୁଶୁଡ଼ିବା ଆଶଙ୍କା

ପୁରୀ ଅଫିସ, ୧୦।୬: ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ ହେଉଛି ଇନ୍ଦ୍ରଦ୍ୟୁମ୍ନ। ପବିତ୍ର ପଞ୍ଚ ତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ବିଶ୍ୱାସ ରହିଛି। ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁଙ୍କ ଏଭଳି ଭାବାବେଗ ସହ ଜଡ଼ିତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯାଉ ନାହିଁ। ଏହି ଐତିହ୍ୟ ପ୍ରତି ଅଣଦେଖା କରାଯାଉଛି। ତିନି ପାର୍ଶ୍ୱରେ ପାଚେରୀ ଭାଙ୍ଗି ପଡିଥିବାବେଳେ ଏହାର ମରାମତି କରାଯାଉ ନାହିଁ। ପୁଣି କେତେକ ସ୍ଥାନରେ ପାଚେରି ଫାଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଆଗକୁ ବର୍ଷା ଆସୁଛି। ଯଦି ବଡ ବର୍ଷା ହୁଏ ତେବେ ପୁଣି ପାଚେରି ଭୁଶୁଡିବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି।
ଗତ ବର୍ଷ ଅଗଷ୍ଟ ୬ ତାରିଖ ରାତିରେ ହୋଇଥିବା ମୂଷଳ ବର୍ଷାରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପୂର୍ବ ପାର୍ଶ୍ୱ ପାଚେରୀ ପ୍ରାୟ ୫୬ ଫୁଟ ଏବଂ ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ୫୦ ଫୁଟ ଭୁଶୁଡ଼ି ପଡିଥିଲା। ସେହିପରି ଗତବର୍ଷ ଅକ୍ଟୋବର ୧୧ ତାରିଖ ରାତିରେ ହୋଇଥିବା ବର୍ଷାରେ ଉତ୍ତର ପାର୍ଶ୍ୱ ପାଚେରୀ ପ୍ରାୟ ୪୦ରୁ ୫୦ ଫୁଟ ପୁଷ୍କରିଣୀ ମଧ୍ୟକୁ ଭୁଶୁଡି ପଡିଥିଲା। ପ୍ରାୟ ୧୦ ମାସ ହୋଇଗଲାଣି ଭାଙ୍ଗିଥିବା ପାଚେରୀର ମରାମତି ହୋଇନାହିଁ। ଶ୍ରୀମନ୍ଦିର ପ୍ରଶାସନ ପୂର୍ବ ପାର୍ଶ୍ୱରେ ଭାଙ୍ଗିଥିବା ପାଚେରୀ କଡ଼ରେ ସିମେଣ୍ଟ କାନ୍ଥ ତିଆରି କରିଥିବା ବେଳେ ଉତ୍ତର ପାର୍ଶ୍ୱରେ ଇଟା ଯୋଡେଇ କାନ୍ଥ କରିଛି। ଏହା ପାଚେରିଠାରୁ ପଛକୁ କରାଯାଇଥିବାବେଳେ ଆଗରେ ବାଲିବସ୍ତା ପ୍ୟାକ୍‌ ଦିଆଯାଇଛି, ଯାହାକି ଇନ୍ଦ୍ରଦ୍ୟୁମ୍ନର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି। ବାଲିବସ୍ତା ବି ଫାଟି ବାଲିସବୁ ପୁଷ୍କରିଣୀ ଭିତରକୁ ପ୍ରବେଶ କରୁଛି। ଅନ୍ୟପକ୍ଷରେ ଫନୀ ବାତ୍ୟାରେ ଇନ୍ଦ୍ରଦ୍ୟୁମ୍ନର ପୂର୍ବ ପାର୍ଶ୍ୱ ପାଚେରି ୨/୩ ଜାଗାରେ ଫାଟ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହାକୁ ବି ମରାମତି କରାଯାଉ ନାହିଁ। ବର୍ତ୍ତମାନ ମୌସୁମୀ କେରଳ ଛୁଇଁଲାଣି। ୭ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ବର୍ଷା ଆସିଗଲେ ଆଉ ମରାମତି କାମ ହୋଇପାରିବ ନାହିଁ। ତେଣୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇନ୍ଦ୍ରଦ୍ୟୁମ୍ନ ପାଚେରୀ ପ୍ରତି ଶ୍ରୀମନ୍ଦିର ପ୍ରଶାସନ ଅଣଦେଖା କରୁଛି। ଏ ନେଇ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ। ତେଣୁ ଭାଙ୍ଗି ଯାଇଥିବା ପାଚେରୀ ତୁରନ୍ତ ନିର୍ମାଣ କରିବା ସହ ଏହାର ପାଣିକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଲୋକେ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri