ଇନ୍ଦ୍ରଦ୍ୟୁମ୍ନକୁ ଅଣଦେଖା : ଆସିଲାଣି ବର୍ଷା, ପୁଣି ଭୁଶୁଡ଼ିବା ଆଶଙ୍କା

ପୁରୀ ଅଫିସ, ୧୦।୬: ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ ହେଉଛି ଇନ୍ଦ୍ରଦ୍ୟୁମ୍ନ। ପବିତ୍ର ପଞ୍ଚ ତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ବିଶ୍ୱାସ ରହିଛି। ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁଙ୍କ ଏଭଳି ଭାବାବେଗ ସହ ଜଡ଼ିତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯାଉ ନାହିଁ। ଏହି ଐତିହ୍ୟ ପ୍ରତି ଅଣଦେଖା କରାଯାଉଛି। ତିନି ପାର୍ଶ୍ୱରେ ପାଚେରୀ ଭାଙ୍ଗି ପଡିଥିବାବେଳେ ଏହାର ମରାମତି କରାଯାଉ ନାହିଁ। ପୁଣି କେତେକ ସ୍ଥାନରେ ପାଚେରି ଫାଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଆଗକୁ ବର୍ଷା ଆସୁଛି। ଯଦି ବଡ ବର୍ଷା ହୁଏ ତେବେ ପୁଣି ପାଚେରି ଭୁଶୁଡିବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି।
ଗତ ବର୍ଷ ଅଗଷ୍ଟ ୬ ତାରିଖ ରାତିରେ ହୋଇଥିବା ମୂଷଳ ବର୍ଷାରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପୂର୍ବ ପାର୍ଶ୍ୱ ପାଚେରୀ ପ୍ରାୟ ୫୬ ଫୁଟ ଏବଂ ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ୫୦ ଫୁଟ ଭୁଶୁଡ଼ି ପଡିଥିଲା। ସେହିପରି ଗତବର୍ଷ ଅକ୍ଟୋବର ୧୧ ତାରିଖ ରାତିରେ ହୋଇଥିବା ବର୍ଷାରେ ଉତ୍ତର ପାର୍ଶ୍ୱ ପାଚେରୀ ପ୍ରାୟ ୪୦ରୁ ୫୦ ଫୁଟ ପୁଷ୍କରିଣୀ ମଧ୍ୟକୁ ଭୁଶୁଡି ପଡିଥିଲା। ପ୍ରାୟ ୧୦ ମାସ ହୋଇଗଲାଣି ଭାଙ୍ଗିଥିବା ପାଚେରୀର ମରାମତି ହୋଇନାହିଁ। ଶ୍ରୀମନ୍ଦିର ପ୍ରଶାସନ ପୂର୍ବ ପାର୍ଶ୍ୱରେ ଭାଙ୍ଗିଥିବା ପାଚେରୀ କଡ଼ରେ ସିମେଣ୍ଟ କାନ୍ଥ ତିଆରି କରିଥିବା ବେଳେ ଉତ୍ତର ପାର୍ଶ୍ୱରେ ଇଟା ଯୋଡେଇ କାନ୍ଥ କରିଛି। ଏହା ପାଚେରିଠାରୁ ପଛକୁ କରାଯାଇଥିବାବେଳେ ଆଗରେ ବାଲିବସ୍ତା ପ୍ୟାକ୍‌ ଦିଆଯାଇଛି, ଯାହାକି ଇନ୍ଦ୍ରଦ୍ୟୁମ୍ନର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି। ବାଲିବସ୍ତା ବି ଫାଟି ବାଲିସବୁ ପୁଷ୍କରିଣୀ ଭିତରକୁ ପ୍ରବେଶ କରୁଛି। ଅନ୍ୟପକ୍ଷରେ ଫନୀ ବାତ୍ୟାରେ ଇନ୍ଦ୍ରଦ୍ୟୁମ୍ନର ପୂର୍ବ ପାର୍ଶ୍ୱ ପାଚେରି ୨/୩ ଜାଗାରେ ଫାଟ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହାକୁ ବି ମରାମତି କରାଯାଉ ନାହିଁ। ବର୍ତ୍ତମାନ ମୌସୁମୀ କେରଳ ଛୁଇଁଲାଣି। ୭ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ବର୍ଷା ଆସିଗଲେ ଆଉ ମରାମତି କାମ ହୋଇପାରିବ ନାହିଁ। ତେଣୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇନ୍ଦ୍ରଦ୍ୟୁମ୍ନ ପାଚେରୀ ପ୍ରତି ଶ୍ରୀମନ୍ଦିର ପ୍ରଶାସନ ଅଣଦେଖା କରୁଛି। ଏ ନେଇ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ। ତେଣୁ ଭାଙ୍ଗି ଯାଇଥିବା ପାଚେରୀ ତୁରନ୍ତ ନିର୍ମାଣ କରିବା ସହ ଏହାର ପାଣିକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଲୋକେ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri