ଇନ୍ଦ୍ରଜାଲ

ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର ପ୍ରଯୋଜନା କରିବାକୁ ଯାଉଛନ୍ତି। ଉକ୍ତ ଓଡ଼ିଆ ସିନେମାର ଟାଇଟଲ ରହିଛି ‘ଇନ୍ଦ୍ରଜାଲ’। ଆର୍‌.ଆର୍‌, ଇଭେଣ୍ଟସ ବ୍ୟାନରରେ ଚିତ୍ରଟିର ମେଲ୍‌ ଲିଡ୍‌ରେ ଅଛନ୍ତି ସମ୍ବିତ ଆଚାର୍ଯ୍ୟ ଏବଂ ତାଙ୍କର ନାୟିକା ସାଜିଛନ୍ତି ଦେବଜାନୀ। ପିନୁ ନାୟକ ନିର୍ଦ୍ଦେଶନା ଭାର ସମ୍ଭାଳିବେ। ଏକ ରହସ୍ୟମୟ ଘଟଣା ଉପରେ କାହାଣୀ ଆଧାରିତ। ଫିଲ୍ମ ସମ୍ପର୍କରେ ଅନ୍ୟତମ ଆଗଧାଡ଼ିର ତଥା ସଫଳ ପ୍ରଯୋଜକ ରମେଶ କହନ୍ତି, ‘ଏହାର କାହାଣୀରେ ସସପେନ୍ସ ଏବଂ ଥ୍ରୀଲର ରହିଛି। ମୋର ପ୍ରତିଟି ସିନେମାରେ ଦର୍ଶକଙ୍କୁ ଡିଫରେଣ୍ଟ ଚାର୍ମ ଦେବାକୁ ଚେଷ୍ଟା କରିଥାଏ। ଏହି ଫିଲ୍ମର କାହାଣୀରେ କ’ଣ ସ୍ପେଶାଲ ରହିଛି ତାହା ରିଲିଜ ହେଲେ ହିଁ ଜାଣିପାରିବେ।’

Share