Categories: ଜାତୀୟ

ଇନ୍ଦୋର ଆସିଲା ବିଶ୍ୱର ପ୍ରଥମ ରୋବୋ ନାଗରିକ ସୋଫିଆ

ଇନ୍ଦୋର,୪।୧୦: ବିଶ୍ୱର ପ୍ରଥମ ରୋବୋ ନାଗରିକ ସୋଫିଆ ମଧ୍ୟ ପ୍ରଦେଶର ଇନ୍ଦୋରରେ ପହଞ୍ଚିଥିବା ଖବର ମିଳିଛି। ଏଠାରେ ଚାଲିଥିବା ଇଣ୍ଟରନ୍ୟାଶନାଲ ରାଉଣ୍ଡ ସ୍କୋୟାର କନଫରେନ୍ସରେ ସୋଫିଆକୁ ସାମିଲ କରାଯାଇଛି। ଏଠାରେ ଉପସ୍ଥିତଥିବା ଶୀକ୍ଷାର୍ଥୀମାନେ ସୋଫିଆକୁ ନାନା ପ୍ରଶ୍ନ ପଚାରିଥିବା ବେଳେ ସେ ସବୁର ଉତ୍ତର ଦେଇଥିଲା। ତେବେ ସୋଫିଆକୁ ଦେଖିବାକୁ ସଭିଙ୍କ ମଧ୍ୟରେ ଆଗ୍ରହ ଥିବା ବେଳେ ସେ ମଧ୍ୟ ନିଜ ଢଙ୍ଗରେ ପ୍ରାୟ ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲା। ଏମିତିକି ତା’ର ଉତ୍ତରରେ ବେଳେବେଳେ ଅନେକ ଲୋକ ହସକୁ ଅଟକାଇ ପାରୁ ନ ଥିଲେ। ସୂଚନାଯୋଗ୍ୟ, ୨୦୧୭ ଅକ୍ଟୋବରରେ ସୋଫିଆକୁ ସୌଦି ଆରବ ନାଗରିକତା ମିଳିଥିଲା।

Share