Categories: ଜାତୀୟ

ଇଦ୍‌ ଶୁଭେଚ୍ଛା ଜଣାଇ ଟ୍ରୋଲ୍‌ ହେଲେ ମମତା

କୋଲକାତା, ୫।୬: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ‘ଜୟ ଶ୍ରୀରାମ’ ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଉଛନ୍ତି, ଅନ୍ୟପଟେ ମମତାଙ୍କ ପାଖକୁ ଜୟ ଶ୍ରୀରାମ ଲେଖାଥିବା ଆହୁରି କାର୍ଡ ପଠାଇବ ବୋଲି କହିଛି ଭାଜପା। ବୁଧବାର ଇଦ୍‌-ଉଲ୍‌-ଫିତର୍‌ ଅବସରରେ ମମତା ଟୁଇଟ କରି ସବୁ ମୁସଲମାନ ଭଉଣୀଭାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରେ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ‘ଜୟ ଶ୍ରୀରାମ’ ଲେଖି ମମତାଙ୍କୁ ଚିଡାଇବାକୁ ଚେଷ୍ଟା କରିଛନ୍ତି। ତେବେ ଏହି ନାରା ଶୁଣି ମମତା କାହିଁକି ରାଗି ଯାଉଛନ୍ତି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Share