Categories: ଜାତୀୟ

ଇଦ୍‌ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଦ୍‌-ଉଲ୍‌-ଫିତର ଉପଲକ୍ଷେ ଭାରତରେ ଥିବା ମୁସଲମାନ ଭାଇଭଉଣୀ ଓ ବିଶ୍ୱର ସମସ୍ତ ମୁସଲମାନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗରିବଙ୍କୁ ଦାନ ଦେବା, ଭ୍ରାତୃଭାବ ପ୍ରତିଷ୍ଠା, ଦୟା ବା ଅନୁକମ୍ପା ପ୍ରଦର୍ଶନ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କହିଛନ୍ତି। ରମଜାନ ମାସ ପରେ ବୁଧବାର ପାଳନ କରାଯାଇଛି ଇଦ୍‌-ଉଲ୍‌-ଫିତର।

Share