Categories: ଜାତୀୟ

ଇଦ୍‌-ଉଲ୍‌-ଜୁହା ଅବସରରେ ଶ୍ରୀନଗରରେ ମିଠା ବାଣ୍ଟିଲେ ପୋଲିସ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ସୋମବାର କଡ଼ା ସୁରକ୍ଷା ବଳୟରେ ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ଅନୁଚ୍ଛେଦ ୩୭୦ ହଟିବା ପରେ ଘାଟିରେ ୧୪୪ ଧାରା ଲାଗୁ ରହିବା ସହ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାରି ଭିତରେ କଶ୍ମୀରବାସୀ ଇଦ୍‌ ପାଳନ କରିଛନ୍ତି। ସୋମବାର ସକାଳେ ଶ୍ରୀନଗର ସମେତ ବହୁ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରାକୁ କୋହଳ କରାଯାଇଥିଲା। ଏହାପରେ ସହରର ଲୋକମାନେ ମସ୍‌ଜିଦକୁ ଯାଇ ନମାଜ ପାଠ କରିଥିଲେ। ନମାଜ ପାଠ ପରେ ପୋଲିସ ସ୍ଥାନୀୟ ଲୋକଙ୍କୁ ଆଲିଙ୍ଗନ କରିବା ସହ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଛି। ଏହି ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅବସରରେ ସ୍ଥାନୀୟ ଲୋକ କିଛି ସମୟ ପାଇଁ ସହଜରେ ବାହାରେ ବୁଲାବୁଲି କରିଥିଲେ। ଏହାପରେ ପୁଣି ଥରେ ଘାଟିରେ ୧୪୪ ଧାରା ଲାଗୁ କରାଯାଇଥିଲା। ଏବେ ବି ଘାଟିରେ ଟିଭି, ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି।

Share