ଇଦ୍‌ ଅବସରରେ ପ୍ରଶଂସକଙ୍କୁ ସ୍ବତନ୍ତ୍ର ଉପହାର ଦେବେ ସଲମାନ୍‌

ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜର ସୁନ୍ଦର ଅଭିନୟ ଦ୍ୱାରା ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସିଛନ୍ତି। ବିଗତ କିଛି ବର୍ଷ ହେବ ସେ ଇଦ୍‌ ଅବସରରେ ନିଜ ପ୍ରଶଂସକଙ୍କୁ ଫିଲ୍ମ ଉପହାର ଦେଇଥାନ୍ତି। ପ୍ରତିବର୍ଷ ଇଦ୍‌ ଅବସରରେ ଭାଇଜାନ୍‌ଙ୍କର ଫିଲ୍ମ ରିଲିଜ୍‌ ହୋଇଥାଏ। ପ୍ରତିବର୍ଷ ପରି ଚଳିତବର୍ଷ ତାଙ୍କର ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’ ରିଲିଜ୍‌ ହେବାର ରହିଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣ ଯୋଗୁ ଏଥର ତାଙ୍କର ଫିଲ୍ମ ରିଲିଜ୍‌ ହୋଇପାରିଲା ନାହିଁ। ହେଲେ ସେ ନିଜ ପ୍ରଶଂସକଙ୍କୁ ନିରାଶ ହେବାକୁ ଦେବେ ନାହିଁ। ଯାହା ଶୁଣିବାକୁ ମିଳୁଛି ସଲମାନ୍‌ ନିଜର ପୁରୁଣା ପରମ୍ପରାକୁ ବଜାୟ ରଖି ଏହି ଅବସରରେ ନିଜର ଏକ ସ୍ବତନ୍ତ୍ର ଇଦ୍‌ ଗୀତ ରିଲିଜ୍‌ କରିବେ ବୋଲି ଜଣାପଡ଼ିଛି।

Share