ଇଥିଓପିଆରେ ଥିଲେ ଅଧ୍ୟାପିକା, ଏବେ ଅସହାୟ

ପୁରୀ ଅଫିସ, ୩ା୩: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସମେତ ପୁରୀ ସହର ହେବ ଭିକାରିମୁକ୍ତ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ୩ତାରିଖ ମଙ୍ଗଳବାରଠାରୁ ପ୍ରଶାସନ ପକ୍ଷରୁ ନୀଳାଦ୍ରି ନିଳୟ ଯୋଜନାରେ ଭିକାରିମାନଙ୍କୁ ଥଇଥାନ କରାଯିବ। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ପୁରୀ ଜିଲାର ବିଭିନ୍ନ ସ୍ଥାନରେ ୮ଟି ନୀଳାଦ୍ରି ନିଳୟ (ଭିକାରି ପୁନର୍ବାସ ଗୃହ) ନିର୍ମାଣ କରାଯିବ। ଏଠାରେ ଭିକାରିଙ୍କ ଲାଗି ରହିବା ଖାଇବା ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବାକୁ ବ୍ୟବସ୍ଥା ହେବ। ଗୋଟିଏ ପଟେ ପ୍ରଶାସନ ଏଭଳି ପଦକ୍ଷେପ ନେବାକୁ ଯାଉଥିବାବେଳେ ଅନ୍ୟପଟେ ପୁରୀ ବଡଦାଣ୍ଡରେ ଅନେକ ଉଚ୍ଚଶିକ୍ଷିତ ବ୍ୟକ୍ତି ଭିକ୍ଷା ମାଗୁଥିବା ଜଣାପଡ଼ିଛି। ପାରିବାରିକ ଅଶାନ୍ତି କାରଣରୁ ହେଉ ଅଥବା ମାନସିକ ଭାରସାମ୍ୟ ହରାଇ କେତେଜଣ ବ୍ୟକ୍ତି ପୁରୀ ଚାଲିଆସୁଛନ୍ତି। ସେମାନେ ଅସହାୟ ଭାବେ କିଛିଦିନ ଏଣେତେଣେ ବୁଲିବା ପରେ ଜୀବିକା ନିର୍ବାହର କୌଣସି ମାଧ୍ୟମ ନ ପାଇ ଶେଷରେ ବଡଦାଣ୍ଡରେ ଭିକ୍ଷାବୃତ୍ତିକୁ ଆଦରି ନେଉଛନ୍ତି। କିଛିଦିନ ତଳେ ୨ଜଣ ଉଚ୍ଚଶିକ୍ଷିତ ବ୍ୟକ୍ତି ଭିକ୍ଷା ମାଗୁଥିବାବେଳେ ବଡଦାଣ୍ଡରୁ ଉଦ୍ଧାର ହୋଇଥିଲେ। ଏବେ ଏହି ତାଲିକାରେ ଆଉ ଏକ ନାଁ ଯୋଡ଼ି ହୋଇଯାଇଛି। ଭିକ୍ଷାବୃତ୍ତିକୁ ଆପଣେଇଥିବା ଜଣେ ପୂର୍ବତନ ଶିକ୍ଷୟିତ୍ରୀଙ୍କୁ ସୋମବାର ସନ୍ଧ୍ୟାରେ ବଡଦାଣ୍ଡରୁ ଉଦ୍ଧାର କରାଯାଇଛି।
ଗଣିତ, ଇଂଲିଶରେ ଗଭୀର ଜ୍ଞାନ
ପ୍ରଥମେ ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଏବଂ ପରେ ଓଡ଼ିଶା ପ୍ରଶାସନିକ ସେବାରେ ବିଫଳ ହୋଇ ମାନସିକ ଭାରସାମ୍ୟ ହରାଇଥିବା ଯୁବକ ଭିକ ମାଗୁଥିବା ଅବସ୍ଥାରେ ବଡଦାଣ୍ଡରୁ ଉଦ୍ଧାର ହୋଇଥିଲେ। ଏହି ଦୁଇଟି ଘଟଣା ଚର୍ଚ୍ଚାକୁ ଆସିଥିଲା। ଉଭୟଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସେମାନଙ୍କ ପରିବାର ଓ ବନ୍ଧୁବାନ୍ଧବ ସହଯୋଗର ହାତ ବଢାଇଥିଲେ। ସୋମବାର ଜଣେ ଉଚ୍ଚଶିକ୍ଷିତା ବୟସ୍କା ମହିଳା ବଡଦାଣ୍ଡରେ ଦୀର୍ଘ ଦିନ ଧରି ଭିକ ମାଗୁଥିବା ଖବର ପ୍ରଚାରିତ ହେବା ପରେ ପୁରୀ ଲାୟନ୍ସ କ୍ଲବର କର୍ମକର୍ତ୍ତା ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ, ଏହି ମହିଳାଙ୍କ ନାମ ଲକ୍ଷ୍ମୀପ୍ରିୟା ମିଶ୍ର। ବୟସ ପ୍ରାୟ ୬୬। ଘର ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳରେ ହୋଇଥିବାବେଳେ ଶିକ୍ଷାଗତ ଯୋଗ୍ୟତା ଏମ୍‌ଏସ୍‌ସି, ବିଏଡ୍‌। ଗଣିତ ଓ ଇଂଲିଶରେ ତାଙ୍କର ଗଭୀର ଜ୍ଞାନ ରହିଛି। ସେ ପୁରୀ ସରକାରୀ ବାଳିକା ହାଇସ୍କୁଲରେ କିଛି ବର୍ଷ ଶିକ୍ଷକତା କରିଥିଲେ ବୋଲି ଜଣାପଡ଼ିଛି।

ପଞ୍ଜାବ, ଗୁଜରାଟରେ ବି କରିଥିଲେ ଶିକ୍ଷକତା
ଇଥିଓପିଆର ଏକ କଲେଜରେ ଅଧ୍ୟାପିକା ଭାବେ ତାଙ୍କୁ ନିଯୁକ୍ତି ମିିଳିଥିଲା। ତେଣୁ ସେ ଏଠାରୁ ଚାକିରି ଛାଡ଼ିି ଇଥିଓପିଆ ଚାଲି ଯାଇଥିଲେ। ତାଙ୍କର ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନରେ ରୁଚି ଥିଲା। ଏହି ଦୁଇଟି ବିଷୟରେ ମଧ୍ୟ ସେ ଭଲ ଶିକ୍ଷାଦାନ କରିପାରୁଥିଲେ। ସେଠାରେ ସେ ଶିକ୍ଷାଦାନର ସରଳୀକରଣ, ଛାତ୍ର ବତ୍ସଳତା କାରଣରୁ କମ୍‌ ଦିନରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତେବେ କିଛିବର୍ଷ ପରେ ଭାରତ ଫେରି ପଞ୍ଜାବର ଭଣ୍ଡିଡାସ୍ଥିତ ଏକ କଲେଜରେ ଅଧ୍ୟାପିକା ଭାବେ ଯୋଗଦେଇଥିଲେ। ପରେ ଗୁଜରାଟରେ ମଧ୍ୟ କିଛି ବର୍ଷ ରହି ଶିକ୍ଷକତା କରିଥିଲେ।
ପୁଅକୁ ନ ପାଇ ମାନସିକ ଭାରସାମ୍ୟ ହରାଇଥିଲେ
ସ୍ବାମୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା କଥା ଶୁଣି ସେ ଗୁଜରାଟରୁ ଚାକିରି ଛାଡ଼ି ଘରକୁ ଫେରି ଆସିଥିଲେ। ତେବେ ସେତେବେଳକୁ ସ୍ବାମୀ ଗୋପୀଚାନ୍ଦଙ୍କ ଦେହାନ୍ତ ହୋଇ ସାରିଥିଲା। ଏହାର ସୁଯୋଗରେ ସମ୍ପର୍କୀୟମାନେ ଚକ୍ରାନ୍ତ କରି ତାଙ୍କ ଜମିବାଡ଼ି ହଡ଼ପ କରିନେଇଗଲେ। ୧୩ବର୍ଷ ବୟସର ପୁଅକୁ ମଧ୍ୟ କେହି ଅପହରଣ କରି ନେଇଗଲେ। ଏଥିଯୋଗୁ ସେ ମାନସିକସ୍ତରରେ ଭାଙ୍ଗିପଡ଼ିଲେ। ପୁଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ପୁରୀରେ ପହଞ୍ଚିଥିଲେ। ସେବେଠୁ ଦୀର୍ଘ ୪ବର୍ଷ ହେଲାରେ ସେ ପୁରୀରେ ରହୁଛନ୍ତି। ମାନସିକ ଭାରସାମ୍ୟ ହରାଇବା ଯୋଗୁ କେଉଁଠି କିଛି କାମଧନ୍ଦା ନ ପାଇ ବଡଦାଣ୍ଡରେ ଘୂରି ବୁଲୁଥିଲେ। ଯେତେବେଳେ ଯିଏ ଯାହା ଦେଉଥିଲେ ତାକୁ ଖାଇ କ୍ଷୁଧା ମେଣ୍ଟାଉଥିଲେ। ଏଭଳି ସ୍ଥିିତିରେ ସେ ନିଜ ଦୁଇ ଚକ୍ଷୁ ମଧ୍ୟ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri