ଇଥିଓପିଆରେ ଥିଲେ ଅଧ୍ୟାପିକା, ଏବେ ଅସହାୟ

ପୁରୀ ଅଫିସ, ୩ା୩: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସମେତ ପୁରୀ ସହର ହେବ ଭିକାରିମୁକ୍ତ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ୩ତାରିଖ ମଙ୍ଗଳବାରଠାରୁ ପ୍ରଶାସନ ପକ୍ଷରୁ ନୀଳାଦ୍ରି ନିଳୟ ଯୋଜନାରେ ଭିକାରିମାନଙ୍କୁ ଥଇଥାନ କରାଯିବ। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ପୁରୀ ଜିଲାର ବିଭିନ୍ନ ସ୍ଥାନରେ ୮ଟି ନୀଳାଦ୍ରି ନିଳୟ (ଭିକାରି ପୁନର୍ବାସ ଗୃହ) ନିର୍ମାଣ କରାଯିବ। ଏଠାରେ ଭିକାରିଙ୍କ ଲାଗି ରହିବା ଖାଇବା ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବାକୁ ବ୍ୟବସ୍ଥା ହେବ। ଗୋଟିଏ ପଟେ ପ୍ରଶାସନ ଏଭଳି ପଦକ୍ଷେପ ନେବାକୁ ଯାଉଥିବାବେଳେ ଅନ୍ୟପଟେ ପୁରୀ ବଡଦାଣ୍ଡରେ ଅନେକ ଉଚ୍ଚଶିକ୍ଷିତ ବ୍ୟକ୍ତି ଭିକ୍ଷା ମାଗୁଥିବା ଜଣାପଡ଼ିଛି। ପାରିବାରିକ ଅଶାନ୍ତି କାରଣରୁ ହେଉ ଅଥବା ମାନସିକ ଭାରସାମ୍ୟ ହରାଇ କେତେଜଣ ବ୍ୟକ୍ତି ପୁରୀ ଚାଲିଆସୁଛନ୍ତି। ସେମାନେ ଅସହାୟ ଭାବେ କିଛିଦିନ ଏଣେତେଣେ ବୁଲିବା ପରେ ଜୀବିକା ନିର୍ବାହର କୌଣସି ମାଧ୍ୟମ ନ ପାଇ ଶେଷରେ ବଡଦାଣ୍ଡରେ ଭିକ୍ଷାବୃତ୍ତିକୁ ଆଦରି ନେଉଛନ୍ତି। କିଛିଦିନ ତଳେ ୨ଜଣ ଉଚ୍ଚଶିକ୍ଷିତ ବ୍ୟକ୍ତି ଭିକ୍ଷା ମାଗୁଥିବାବେଳେ ବଡଦାଣ୍ଡରୁ ଉଦ୍ଧାର ହୋଇଥିଲେ। ଏବେ ଏହି ତାଲିକାରେ ଆଉ ଏକ ନାଁ ଯୋଡ଼ି ହୋଇଯାଇଛି। ଭିକ୍ଷାବୃତ୍ତିକୁ ଆପଣେଇଥିବା ଜଣେ ପୂର୍ବତନ ଶିକ୍ଷୟିତ୍ରୀଙ୍କୁ ସୋମବାର ସନ୍ଧ୍ୟାରେ ବଡଦାଣ୍ଡରୁ ଉଦ୍ଧାର କରାଯାଇଛି।
ଗଣିତ, ଇଂଲିଶରେ ଗଭୀର ଜ୍ଞାନ
ପ୍ରଥମେ ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଏବଂ ପରେ ଓଡ଼ିଶା ପ୍ରଶାସନିକ ସେବାରେ ବିଫଳ ହୋଇ ମାନସିକ ଭାରସାମ୍ୟ ହରାଇଥିବା ଯୁବକ ଭିକ ମାଗୁଥିବା ଅବସ୍ଥାରେ ବଡଦାଣ୍ଡରୁ ଉଦ୍ଧାର ହୋଇଥିଲେ। ଏହି ଦୁଇଟି ଘଟଣା ଚର୍ଚ୍ଚାକୁ ଆସିଥିଲା। ଉଭୟଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସେମାନଙ୍କ ପରିବାର ଓ ବନ୍ଧୁବାନ୍ଧବ ସହଯୋଗର ହାତ ବଢାଇଥିଲେ। ସୋମବାର ଜଣେ ଉଚ୍ଚଶିକ୍ଷିତା ବୟସ୍କା ମହିଳା ବଡଦାଣ୍ଡରେ ଦୀର୍ଘ ଦିନ ଧରି ଭିକ ମାଗୁଥିବା ଖବର ପ୍ରଚାରିତ ହେବା ପରେ ପୁରୀ ଲାୟନ୍ସ କ୍ଲବର କର୍ମକର୍ତ୍ତା ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ, ଏହି ମହିଳାଙ୍କ ନାମ ଲକ୍ଷ୍ମୀପ୍ରିୟା ମିଶ୍ର। ବୟସ ପ୍ରାୟ ୬୬। ଘର ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳରେ ହୋଇଥିବାବେଳେ ଶିକ୍ଷାଗତ ଯୋଗ୍ୟତା ଏମ୍‌ଏସ୍‌ସି, ବିଏଡ୍‌। ଗଣିତ ଓ ଇଂଲିଶରେ ତାଙ୍କର ଗଭୀର ଜ୍ଞାନ ରହିଛି। ସେ ପୁରୀ ସରକାରୀ ବାଳିକା ହାଇସ୍କୁଲରେ କିଛି ବର୍ଷ ଶିକ୍ଷକତା କରିଥିଲେ ବୋଲି ଜଣାପଡ଼ିଛି।

ପଞ୍ଜାବ, ଗୁଜରାଟରେ ବି କରିଥିଲେ ଶିକ୍ଷକତା
ଇଥିଓପିଆର ଏକ କଲେଜରେ ଅଧ୍ୟାପିକା ଭାବେ ତାଙ୍କୁ ନିଯୁକ୍ତି ମିିଳିଥିଲା। ତେଣୁ ସେ ଏଠାରୁ ଚାକିରି ଛାଡ଼ିି ଇଥିଓପିଆ ଚାଲି ଯାଇଥିଲେ। ତାଙ୍କର ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନରେ ରୁଚି ଥିଲା। ଏହି ଦୁଇଟି ବିଷୟରେ ମଧ୍ୟ ସେ ଭଲ ଶିକ୍ଷାଦାନ କରିପାରୁଥିଲେ। ସେଠାରେ ସେ ଶିକ୍ଷାଦାନର ସରଳୀକରଣ, ଛାତ୍ର ବତ୍ସଳତା କାରଣରୁ କମ୍‌ ଦିନରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତେବେ କିଛିବର୍ଷ ପରେ ଭାରତ ଫେରି ପଞ୍ଜାବର ଭଣ୍ଡିଡାସ୍ଥିତ ଏକ କଲେଜରେ ଅଧ୍ୟାପିକା ଭାବେ ଯୋଗଦେଇଥିଲେ। ପରେ ଗୁଜରାଟରେ ମଧ୍ୟ କିଛି ବର୍ଷ ରହି ଶିକ୍ଷକତା କରିଥିଲେ।
ପୁଅକୁ ନ ପାଇ ମାନସିକ ଭାରସାମ୍ୟ ହରାଇଥିଲେ
ସ୍ବାମୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା କଥା ଶୁଣି ସେ ଗୁଜରାଟରୁ ଚାକିରି ଛାଡ଼ି ଘରକୁ ଫେରି ଆସିଥିଲେ। ତେବେ ସେତେବେଳକୁ ସ୍ବାମୀ ଗୋପୀଚାନ୍ଦଙ୍କ ଦେହାନ୍ତ ହୋଇ ସାରିଥିଲା। ଏହାର ସୁଯୋଗରେ ସମ୍ପର୍କୀୟମାନେ ଚକ୍ରାନ୍ତ କରି ତାଙ୍କ ଜମିବାଡ଼ି ହଡ଼ପ କରିନେଇଗଲେ। ୧୩ବର୍ଷ ବୟସର ପୁଅକୁ ମଧ୍ୟ କେହି ଅପହରଣ କରି ନେଇଗଲେ। ଏଥିଯୋଗୁ ସେ ମାନସିକସ୍ତରରେ ଭାଙ୍ଗିପଡ଼ିଲେ। ପୁଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ପୁରୀରେ ପହଞ୍ଚିଥିଲେ। ସେବେଠୁ ଦୀର୍ଘ ୪ବର୍ଷ ହେଲାରେ ସେ ପୁରୀରେ ରହୁଛନ୍ତି। ମାନସିକ ଭାରସାମ୍ୟ ହରାଇବା ଯୋଗୁ କେଉଁଠି କିଛି କାମଧନ୍ଦା ନ ପାଇ ବଡଦାଣ୍ଡରେ ଘୂରି ବୁଲୁଥିଲେ। ଯେତେବେଳେ ଯିଏ ଯାହା ଦେଉଥିଲେ ତାକୁ ଖାଇ କ୍ଷୁଧା ମେଣ୍ଟାଉଥିଲେ। ଏଭଳି ସ୍ଥିିତିରେ ସେ ନିଜ ଦୁଇ ଚକ୍ଷୁ ମଧ୍ୟ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri