ଇତିହାସ ରଚିଲେ ଓଡ଼ିଆ ଛାତ୍ର ଅଶ୍ୱଥ ନାରାୟଣ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଚଳିତବର୍ଷ ସର୍ବାଧିକ ପଦକ ଜିତି ସ୍ବତନ୍ତ୍ର ସ୍ଥାନ ଅଧିକାର କରିିଛି ଭାରତ। ରୁଷିଆର କାଜାନ୍‌ ସହରରେ ଅନୁଷ୍ଠିତ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତ ଗୋଟିଏ ସ୍ବର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି। କେବଳ ଏତିକି ନୁହେଁ, ୪୮ ଜଣିଆ ଭାରତୀୟ ଟିମ୍‌କୁ ଏଥର ୧୫ ମେଡାଲିୟନ୍ସ ଅଫ୍‌ ଏକ୍ସଲେନ୍ସ ମଧ୍ୟ ମିଳିଛି। ୨୦୧୭ରେ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ୍‌ ପଦକରେ ସୀମିତ ଭାରତୀୟ ଦଳ ଏଥର ପ୍ରଥମଥର ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି। ସବୁଠାରୁ ବଡ଼କଥା ହେଲା ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଯୁବକ ଏସ୍‌ ଅଶ୍ୱଥ ନାରାୟଣ। ୨୫ବର୍ଷୀୟ ଅଶ୍ୱଥ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବାବେଳେ ଭାରତ ପାଇଁ ପ୍ରଥମଥର ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି।
ଦକ୍ଷତା ପ୍ରଦର୍ଶନ କ୍ଷେତ୍ରରେ ବିଶ୍ୱ ମଞ୍ଚରେ ଚଳିତବର୍ଷ ୬୩ ଦେଶର ୧୩୫୦ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସର୍ବୋଚ୍ଚ ପଦକ ଜିତିଛି ଭାରତ। ୨୦୧୭ରେ ୧୧ ମେଡାଲ ଜିତିଥିବା ଭାରତ ଏଥର ୧୯ ମେଡାଲ ଜିତି ରେକର୍ଡ କରିଛି। ମୋଟ ୫୬ ବିଭାଗରେ ହୋଇଥିବା ଏହି ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଥିବା ଓଡ଼ିଶାର ଅଶ୍ୱଥ ଓ୍ବାଟର୍‌ ଟେକ୍ନୋଲୋଜି ବିଭାଗରେ ସାମିଲ ହୋଇଥିଲେ। ତେବେ ସେ ୧୧ ଦେଶର ପ୍ରତିଯୋଗୀଙ୍କ ସହ ପ୍ରତିଯୋଗିତା କରିଥିଲେ। କେବଳ ସ୍ବର୍ଣ୍ଣ ପଦକ ନୁହେଁ, ସେ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ ‘ବେଷ୍ଟ୍‌ ଅଫ୍‌ ନେଶନ’ ବା ଶ୍ରେଷ୍ଠ ପ୍ରତିଯୋଗୀ ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମଥର ପାଇଁ ଓଡ଼ିଶାରୁ ୩ଜଣ ୱାଟର ଟେକ୍‌ନୋଲୋଜି, ଏମ୍‌. କାଡ ଏବଂ ସିଏନ୍‌ସି ଟ୍ରେଡ୍‌ରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ। ଅନ୍ୟପକ୍ଷରେ ୱେବ୍‌ ଟେକ୍ନୋଲୋଜିରେ ଭାରତକୁ ଏକ ରୌପ୍ୟ ମିଳିଥିବାବେଳେ ଜୁଏଲାରୀ ଓ ଗ୍ରାଫିକ୍‌ ଡିଜାଇନ୍‌ ଟେକ୍ନୋଲୋଜିରେ ଦୁଇଟି ବ୍ରୋଞ୍ଜ୍‌ ପଦକ ମିଳିଛି। ଏହାବ୍ୟତୀତ ଆଇଟି ସଫ୍ଟୱେର ସଲ୍ୟୁଶନ ଫର୍‌ ବିଜିନେସ୍‌, ୱେଲ୍‌ଡିଂ, ୱାଲ୍‌ ଆଣ୍ଡ୍‌ ଫ୍ଲୋର ଟାଇଲିଂ, ଅଟୋବଡି ରିପ୍ୟାର୍‌, କାର୍‌ ପେଣ୍ଟିଂ, ଅଟୋମୋବାଇଲ୍‌ ଟେକ୍ନୋଲୋଜି, ବ୍ରିକ୍‌ଲେଇଙ୍ଗ୍‌, ମୋବାଇଲ୍‌ ରୋବୋଟିକ୍ସ, ପାଟିସେରି ଆଣ୍ଡ୍‌ କନ୍‌ଫେକ୍ସନାରୀ, ହେଲ୍‌ଥ୍‌ ଏଣ୍ଡ୍‌ ସୋସିଆଲ୍‌ କେୟାର, ଭିଜୁଆଲ୍‌ ମର୍‌ଚାଣ୍ଡାଇଜିଂ, ବେକରୀ, ଥ୍ରୀ-ଡି ଗେମ୍‌ ଆର୍ଟ, ସାଇବର ସିକ୍ୟୁରିଟି ଏବଂ ମେକାଟ୍ରୋନିକ୍ସରେ ଭାରତ ମୋଟ ୧୫ ମେଡାଲିୟସ୍‌ ଅଫ୍‌ ଏକ୍ସଲେନ୍ସ ପଦକ ହାସଲ କରିଛି। ତେବେ ସି.ଭି. ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂରୁ ଇଲୋକ୍‌ଟ୍ରୋନିକ୍ସ ଏବଂ ଇନ୍‌ଷ୍ଟ୍ରୁମେଣ୍ଟେଶନ ଇଞ୍ଜିନିୟରିଂରେ ବି.ଟେକ୍‌ ଶିକ୍ଷା ଲାଭ କରିଥିବା ଅଶ୍ୱଥଙ୍କ ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ସଫଳତା ପାଇଁ ପ୍ରତ୍ୟେକ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇବା ସହ ୨୦୨୧ରେ ସାଂଘାଇରେ ହେବାକୁଥିବା ପ୍ରତିଯୋଗିତାରେ ଓଡ଼ିଶାର ଅଧିକତର ସଫଳତା କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri