ଲିଟିଲ୍‌ ମିସ୍‌ ପ୍ରତିଯୋଗିତା: ଓଡ଼ିଆ ଝିଅ ସରନ୍ୟାଙ୍କ କମାଲ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ଜଣକ ପରେ ଜଣେ ଓଡ଼ିଆ ପ୍ରତିଭା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ବିଶ୍ୱ ଯୁବ ସମ୍ମିଳନୀରୁ ଆରମ୍ଭକରି ଲିଟିଲ୍‌ ମିସ୍‌ ୟୁନିଭର୍ସ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭା ପ୍ରତିପାଦନ କରୁଛନ୍ତି ଓଡ଼ିଆ। ଏବେ ଅନ୍ତର୍ଜାତୀୟସ୍ତରରେ ଲିଟିଲ୍‌ ମିସ୍‌ ଭାବରେ ପୁଣି କମାଲ କରିଛନ୍ତି ୧୦ ବର୍ଷର ଓଡ଼ିଆ ଝିଅ ସରନ୍ୟା ସାମନ୍ତରାୟ। ନିକଟରେ ହଂକଂରେ ଆୟୋଜିତ ଏହି ପ୍ରତିଯୋଗିତାରେ ସରନ୍ୟା ଭାରତରୁ ପ୍ରତିନିଧିତ୍ୱ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ୨୨ଟି ଦେଶକୁ ନେଇ ଆୟୋଜିତ ଏହି ଲିଟିଲ୍‌ ମିସ୍‌ ପ୍ରତିଯୋଗିତାରେ ମୋଟ ୬୪ଜଣ ପ୍ରତିନିଧି ଭାଗ ନେଇଥିଲେ। ଭୁବନେଶ୍ୱରସ୍ଥିତ ସେଣ୍ଟ୍‌ ଯୋଶେଫ ହାଇସ୍କୁଲ୍‌ରେ ୫ମ ଶ୍ରେଣୀରେ ପଢୁଥିବା ସରନ୍ୟା ଏଥିରେ ନିଜର ପ୍ରତିଭା, ଦକ୍ଷତା ଓ ବୁଦ୍ଧିମତ୍ତା ବଳରେ ପ୍ରଥମ ରନର୍ସଅପ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଗତ ଏପ୍ରିଲ୍‌ ମାସରେ କେରଳର କୋଝିକୋଡଠାରେ ସର୍ବଭାରତୀୟସ୍ତରର ପ୍ରତିଯୋଗିତା ହୋଇଥିଲା। ସେଥିରେ ସରନ୍ୟା ପ୍ରଥମ ରନର୍ସ ଅପ୍‌ ହୋଇ ହଂକଂ ଯିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏହାପରେ ଅଗଷ୍ଟ ୨୩ରୁ ୨୭ ପର୍ଯ୍ୟନ୍ତ ହଂକଂରେ ଫାଇନାଲ୍‌ ରାଉଣ୍ଡ୍‌ ଅନୁଷ୍ଠିତ ହୋଇଥିଲା। ସରନ୍ୟା ଫାଇନାଲ ରାଉଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଟ୍ୟାଲେଣ୍ଟ ରାଉଣ୍ଡ୍‌ରେ ଟପ୍‌-୫ରେ ରହିଥିଲେ। ସେହିପରି ଏହି ପ୍ରତିଯୋଗିତାରେ ଓଡ଼ିଶାର ସୃଷ୍ଟି ଦାସ ମିସ୍‌ ଗୋଲ୍ଡ ଟାଇଟଲ୍‌ ଜିତିଛନ୍ତି। ସେଣ୍ଟ୍‌ ଜୋସେଫ୍‌ ସ୍କୁଲ୍‌ରେ ପଢୁଥିବା ୧୩ବର୍ଷୀୟ ସୃଷ୍ଟି ଉଭୟ ଓଡ଼ିଶା ଏବଂ ଭାରତକୁ ଗୌରବାନ୍ବିତ କରିଛନ୍ତି। ବୁଧବାର ସରନ୍ୟା ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?