ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ ହୋଇପାରିଛି। ଏହାପୂର୍ବରୁ ୧୭ ବର୍ଷ ଧରି RCB ଗୋଟିଏ ବି ଥର ଚାମ୍ପିୟନ ହୋଇପାରି ନଥିଲା। ବର୍ତ୍ତମାନ ଦଳ ମଇଦାନ ବାହାରେ ବାଣିଜ୍ୟ ଦୁନିଆରେ ଏକ ନୂତନ ଇତିହାସ ସୃଷ୍ଟି କରିଛି। ୨୦୨୬ ର ବ୍ରାଣ୍ଡ ଭାଲ୍ୟୁଏସନ ରିପୋର୍ଟ ଅନୁସାରେ, RCB ପ୍ରଥମ ଏଭଳି କ୍ରିକେଟ ଦଳ ହୋଇପାରିଛି, ଯାହାର ବ୍ରାଣ୍ଡ ଭାଲ୍ୟୁ ୩୦୦ ନିୟୁତ ଡଲାରରୁ ଅଧିକ ହୋଇଯାଇଛି। ରିପୋର୍ଟ ଅନୁଯାୟୀ, RCB ର ତାଜା ବ୍ରାଣ୍ଡ ଭାଲ୍ୟୁ ୩୧୨ ନିୟୁତ ଡଲାର ଆକଳନ କରାଯାଇଛି, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨,୯୮୫ କୋଟି ଟଙ୍କା ଅଟେ।
ରିପୋର୍ଟ ଅନୁସରାର, ଆଇପିଏଲର ବିଜନେସ ଏଣ୍ଟରପ୍ରାଇଜ ଭାଲ୍ୟୁ ମଧ୍ୟ ଗତ ବର୍ଷ ଅପେକ୍ଷା ୧୧.୪ ପ୍ରତିଶତ ବୃଦ୍ଧି ପାଇଛି, ଯାହା ବର୍ତ୍ତମାନ ୨୦.୬ ଅବ୍ଜର ଡଲାର ହୋଇଯାଇଛି। ରିପୋର୍ଟ ମୁତାବକ, ଆଇପିଏଲର ଷ୍ଟାଣ୍ଡ-ଅଲୋନ ବ୍ରାଣ୍ଡ ଭାଲ୍ୟୁରେ ୧୦.୩ ପ୍ରତିଶତର ବୃଦ୍ଧି ଘଟିଛି, ଯାହା ୪.୩ ଅରବ ଡଲାର ହୋଇଛି। ଗତ ୩ ବର୍ଷ ଭିତରେ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ୧.୧ ଅରବ ଡଲାରରୁ ଅଧିକ ହୋଇଯାଇଛି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ରାଣ୍ଡ ଭାଲ୍ୟୁ ଗତ ବର୍ଷ ୨୬୯ ନିୟୁତ ଡଲାର ଥିଲା, ଯେଉଁଥିରେ ଗୋଟିଏ ବର୍ଷ ଭିତରେ ୧୬ ପ୍ରତିଶତର ବୃଦ୍ଧି ହୋଇଛି। ଫ୍ରାଞ୍ଚାଇଜ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ସବୁଠାରୁ ଅଧିକ ବ୍ରାଣ୍ଡ ଭାଲ୍ୟୁ ଥିବା ଦଳ ହୋଇ ରହିଛି। RCB ର ବ୍ରାଣ୍ଡ ଭାଲ୍ୟୁ ୩୧୨ ନିୟୁତ ଡଲାର ହୋଇଯାଇଛି।

