Categories: ଫୁରସତ

ଇତିହାସ ଓ ବିଜ୍ଞାନ ପଢ଼ାଉଛି ରୋବୋ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ବେସରକାରୀ ସ୍କୁଲରେ ଆର୍ଟିଫିସିଆଲ ଟେକ୍‌ନୋଲୋଜି ଆଧାରରେ ପିଲାଙ୍କୁ ପଢାଉଛି ରୋବୋ। ଏହା ମଣିଷ ଭଳି ପୂରା ଦେଖିବାକୁ ଏହି ରୋବୋଟର ପଢାଇବା ସମୟରେ ହାବଭାବ ପୂରା ମଣିଷ ଭଳି ରହୁଛି। ୭ମରୁ ୯ମ ଶ୍ରେଣୀ ଯାଏ ଏହା ପଢ଼ାଇପାରିବ ବୋଲି କହନ୍ତି ଏହାର ମୁଖ୍ୟ ଡିଜାଇନର ଅଧିକାରୀ ବିଗ୍ନେଶ ରାଓ। ଏହା ସ୍କୁଲର ୩୦୦ ପିଲାଙ୍କୁ ପଞ୍ଚଟି ଭିନ୍ନ ଭିନ୍ନ ବିଷୟରେ ଶିକ୍ଷାଦାନ କରିପାରୁଛି। ପିଲାମାନଙ୍କୁ ଇତିହାସ, ଜୀବବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥବିଜ୍ଞାନ ଓ ଭୂଗୋଳ ପଢାଇପାରୁଛି। ରାଓ ଓ ତାଙ୍କ ଟିମ୍‌ର ୧୭ ଜଣ ସଦସ୍ୟ ଏଭଳି ତିନୋଟି ରୋବୋ ବିକାଶ କରିଛନ୍ତି। ସେଗୁଡିକୁ ଶିକ୍ଷୟିତ୍ରୀ ଭାବେ ସଜାଯାଇଛି। ରାଓଙ୍କ ଟିମ୍‌ରେ ଶିକ୍ଷକ,ପ୍ରୋଗ୍ରାମର,କଣ୍ଟେଟ ଡେଭେଲପ୍‌ର ଓ ଗ୍ରାଫିକ୍ସ ଡିଜାଇନର ରହିଛନ୍ତି। ଗୋଟିଏ ରୋବୋର ଦାମ୍‌ ୮ ଲକ୍ଷ ଟଙ୍କା। ଏହାକୁ ଏମିତି ବିକାଶ କରାଯାଇଛି ଯେ, ତାହା ପିଲାଙ୍କ ସହ କଥା ହୋଇ ସେମାନଙ୍କ ପ୍ରଶ୍ନର ଠିକ୍‌ ଉତ୍ତର ଦେଇପାରୁଛି। ଏଥିରେ ଥ୍ରିଡି ପ୍ରିଣ୍ଟେଡ ମ୍ୟାଟେରିଆଲ ଓ ସ୍ମାର୍ଟମୋଟର ବ୍ୟବହାର କରାଯାଇଛି । ଏହା ନିର୍ମାଣ କରିବା ପାଇଁ ସଫ୍ଟଓ୍ବେର, ହାର୍ଡଓ୍ବେର ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପକରଣ ବ୍ୟବହାର କରାଯାଇଛି। ଏହାର ଓଜନ ୪୫ କିଲୋଗ୍ରାମ। ଏହାକୁ ନିର୍ମାଣ କରିବାକୁ ଲାଗିଛି ଦୁଇ ବର୍ଷ। ସ୍କୁଲରେ ଏହି ରୋବୋ ରହିଲେ କାହା ଚାକିରି ଯିବନାହିଁ, ବରଂ ଶିକ୍ଷକମାନେ ପଢ଼ାଇବା ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି ବିଗ୍ନେଶ ରାଓ।

Share