ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନ: ପୁଣି ବାଜି ମାରିଲେ ଜୋକୋ ଓ୍ବିଡୋଡୋ

ଜାକର୍ତ୍ତା, ୨୧।୫: ଇଣ୍ଡୋନେସିଆରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବାଜି ମାରିଛନ୍ତି ଜୋକୋ ଓ୍ବିଡୋଡୋ। ସେ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଭାଓ୍ବ ସୁବିଆଣ୍ଟୋଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟଥର ପାଇଁ ଓ୍ବିଡୋଡୋ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏପ୍ରିଲ ୧୭ରେ ରାଷ୍ଟ୍ରପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ସୁବିଆଣ୍ଟୋ ଦୁର୍ନିତି ହୋଇଥିବା ଅଭିଯୋଗ କରିଥିଲେ। ତାଙ୍କ ସମର୍ଥକମାନେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇଣ୍ଡୋନେସିଆରେ ସାର୍ବଜନୀନ ଭାବେ ଭୋଟ ଗଣାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Share